ଡିସେମ୍ବର ୨୩ରେ ଅନୁଗୁଳରୁ ରାଜଧାନୀ ବସ ବନ୍ଦ

You are currently viewing ଡିସେମ୍ବର ୨୩ରେ ଅନୁଗୁଳରୁ ରାଜଧାନୀ ବସ ବନ୍ଦ

ଅନୁଗୁଳ: ଅନୁଗୁଳରୁ ଭବନେଶ୍ୱର ଯାଉଥିବା ସମସ୍ତ ବସ ଆସନ୍ତା ଡିସେମ୍ବର ୨୩ ତାରିଖ ଦିନ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ପ୍ରକାଶ କରିଛି। ଶୁକ୍ରବାର ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସମ୍ମିଳନୀ କକ୍ଷରେ ରାଜ୍ୟ ବସ ମାଲିକ ସଂଘର ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ଯେ, ୫୫ ନମ୍ବର ଜାତୀୟ ରାଜପଥ ଏବେ ମରଣଜନ୍ତା ପାଲଟିଛି। ମରାମତି ଅଭାବରୁ ଖାଲ ଢ଼ିପ ହୋଇ ରାସ୍ତା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ଫଳରେ ଦୁର୍ଘଟଣା ଘଟିବା ସହ ବସର କ୍ଷତି ଘଟୁଛି। ରାଜ୍ୟ ସରକାର ୨୦୨୨ ଜୁନ ମାସ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ୫୫ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଏହାର ମରମତି କରାଯିବାକୁ ଦାବି କରାଯାଇଥଛି। ଏହି ଦାବି ପୂରଣ ନ ହେଲେ ବସରେ କଳା ପତାକା ଲଗାଯାଇ ପ୍ରତିବାଦ କରାଯିବ। ନହେଲେ ଆସନ୍ତା ଜାନୁଆରୀ ଏକ ତାରିଖରୁ ଅନିର୍ଦିଷ୍ଟ ସମୟ ପାଇଁ ବସ ଚଳାଚଳ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହି ବିଠକରେ ରାଜ୍ୟ ବସ ମାଲିକ ସଂଘ ସଭାପତି ଲୋକନାଥ ପାଣି, ଉପସଭାପତି ଶ୍ରୀକାନ୍ତ ପାଣି, ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କୋଷ।ଧକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ମୁଖପାତ୍ର ଦେବାଶିଷ ନାୟକ, ଅନୁଗୁଳ ସଂଘ ସଭାପତି ମାନସ ସାମଲ, ସମ୍ପାଦକ ସନ୍ତୋଷ ମିଶ୍ର, କୋଷାଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ସମେତ ବହୁ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଓ ବସ ମାଲିକ ଯୋଗ ଦେଇଥିଲେ। ବୈଠକରେ ଅନୁଗୁଳ ପୂର୍ବତନ ସଭାପତି ନରୋତ୍ତମ ମିଶ୍ରଙ୍କ ସ୍ମୃତିରେ ଏକ ମୀନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Share

Leave a Reply