ରେଙ୍ଗାଳି ପୋଲିସକୁ ବଡ଼ ସଫଳତା: ରାସନ ଦୋକାନରୁ ବିପୁଳ ବିଦେଶୀ ମଦ ଜବତ

You are currently viewing ରେଙ୍ଗାଳି ପୋଲିସକୁ ବଡ଼ ସଫଳତା: ରାସନ ଦୋକାନରୁ ବିପୁଳ ବିଦେଶୀ ମଦ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଡ୍ ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମର ଏକ ରାସନ ଦୋକାନରୁ ବିପୁଳ ପରିମାଣର ବେଆଇନ ବିଦେଶୀ ମଦ ଜବତ ହୋଇଛି। ଅନୁଗୁଳ ଜିଲ୍ଲା ସ୍ପେଶାଲ ସ୍କ୍ୱାଡ୍ ଓ ରେଙ୍ଗାଳି ପୋଲିସର ମିଳିତ ଚଢ଼ାଉରେ ଏହି ବଡ଼ ସଫଳତା ମିଳିଥିବା ଜଣାପଡ଼ିଛି।
​ପୋଲିସ ସୂଚନା ଅନୁଯାୟୀ, ଭାଲିଆବେଡା ଗ୍ରାମର ସୁମନ୍ତ ସାହୁ ନିଜ ରାସନ ଦୋକାନରେ ଦୀର୍ଘ ଦିନ ହେବ ବେଆଇନ ଭାବେ ବିଦେଶୀ ମଦ ମହଜୁଦ ରଖି ବ୍ୟବସାୟ ଚଳାଇଥିଲେ। ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ସ୍ପେଶାଲ ସ୍କ୍ୱାଡ୍ ଓ ରେଙ୍ଗାଳି ପୋଲିସ ପକ୍ଷରୁ ମିଳିତ ଭାବେ ସମ୍ପୃକ୍ତ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଦୋକାନରୁ ପ୍ରାୟ ୨୦୦ ଲିଟର ବିଦେଶୀ ମଦ ପେଟିପେଟି ଜବତ କରାଯାଇଛି।
​ଏହି ବେଆଇନ ମଦ କାରବାର ଅଭିଯୋଗରେ ବ୍ୟବସାୟୀ ସୁମନ୍ତ ସାହୁଙ୍କୁ ପୋଲିସ ଗିରଫ କରିଛି। ଏତେ ବଡ଼ ପରିମାଣର ମଦ ଜବତ ହେବା ରେଙ୍ଗାଳି ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।

Share

Leave a Reply