ଅନୁଗୁଳରେ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବାଣ୍ଟିଲେ ବିଧାୟକ ରଜନୀକାନ୍ତ ସିଂହ

You are currently viewing ଅନୁଗୁଳରେ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବାଣ୍ଟିଲେ ବିଧାୟକ ରଜନୀକାନ୍ତ ସିଂହ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବଣ୍ଟନ କରିଥିଲେ।

ସୂଚନା ମୁତାବକ, ଅନୁଗୁଳ ବ୍ଲକ ଅର୍ନ୍ତଗତ ୩୪ଟି ପଞ୍ଚାୟତର ୬୮୭ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଖଲାରୀ ସମିତି ସଭ୍ୟ ଲକି ନନ୍ଦ, କୁମୁରୁସିଂହା ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ପରିଡା, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ସମେତ ବ୍ଲକର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply