ଅନୁଗୁଳ: ଅନୁଗୁଳ ସହର ହେମସୁରପଡା ସ୍ଥିତ ଦୁର୍ଗାମଣ୍ଡପ ପାଖରେ ଥିବା ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଉଚ୍ଛେଦକୁ ବିରୋଧ କରି ସ୍ଥାନୀୟ ଲୋକ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଫେରାଦ ହୋଇଛନ୍ତି। ଦୀର୍ଘ ୨୦ ବର୍ଷ ହେବ ଉକ୍ତ ସ୍ଥାନରେ ହେମସୁରପଡା ଅଞ୍ଚଳର ୪ ଟି ୱାର୍ଡର ଲୋକ ବିଜୁ ପଟ୍ଟନାୟକଙ୍କ ଏକ ପ୍ରତିମୂର୍ତ୍ତି ରଖି ଏକ ଉଦ୍ୟାନର ପରିକଳ୍ପନା କରିଥିଲେ। ସେହି ସମୟରେ ଏହି ଉଦ୍ୟାନ ପାଖରେ ସେଣ୍ଟ୍ରାଲ ସ୍କୁଲ, ଶିଶୁ ମନ୍ଦିର, ଆଇଡିଆଲ ପବ୍ଲିକ ସ୍କୁଲ, ଉତ୍ତରପଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ ଥିବାରୁ ସ୍ଥାନୀୟ ଲୋକ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ଉଦ୍ୟାନ କରିବାକୁ ଚେଷ୍ଟା କରିଥିଲେ। ତତକାଳୀନ ଅନୁଗୁଳ ନଗରପାଳ ଏହି ଉଦ୍ୟାନର ଉଦଘାଟନ କରିଥିଲେ ଓ ବୃକ୍ଷ ରୋପଣ ହୋଇଥିଲା। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପାଇଁ ସ୍ଥାନୀୟ ଲୋକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ବାରମ୍ବାର ଜଣାଇଥିଲେ ମଧ୍ୟ ଏବେ ସେଠାରେ ପ୍ରଶାସନ ପକ୍ଷରୁ ଏକ କଲ୍ୟାଣ ମଣ୍ଡପ କରିବାକୁ ପ୍ରସ୍ତାବ ପାରିତ ହେବା ସହ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ବିରୋଧ ସ୍ଥାନୀୟ ବାସିନ୍ଦା ଅନୁଗୁଳ ବିଧାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ଅମରେଶ ସ୍ୱାଇଁ, ସାଧାରଣ ସଂପାଦକ ମନୋରଞ୍ଜନ ଦାସ ତଥା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଉଚ୍ଛେଦକୁ ବିରୋଧ: ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଫେରାଦ ହେଲେ ଅଞ୍ଚଳବାସୀ
- Post published:November 16, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul