ବସ୍‌ଟି ପଙ୍କଚର ହେବାରୁ ଓହ୍ଲାଇବା ବେଳେ ଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ: ୩ ମୃତ, ଜଣେ ଗୁରୁତର

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଟ୍ରକ୍‌ ଧକ୍କାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ପ୍ରାଚୀ ନାମକ ବସ୍‌ଟି ସୁନ୍ଦରଗଡ଼ରୁ ଭୁବନେଶ୍ୱର ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । କିଶୋରନଗର ବରଗାପାଲିରେ ବସ୍‌ଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହି ସମୟରେ ହଠାତ ଏକ ଟ୍ରକ୍ ଦ୍ରୁତ ବେଗରେ ଆସି ୪ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ପରେ ଆହତଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ରେଢ଼ାଖୋଲ ହସ୍ପିଟାଲରେ ୨ ଜଣ ଓ କିଶୋରନଗରରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!