ବିକା ନାଏକଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ

You are currently viewing ବିକା ନାଏକଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ

କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକରେ ୮୮ତମ ପ୍ରଜାମଣ୍ଡଳ ପ୍ରତିଷ୍ଠା ଦିବସ ସେପ୍ଟେମ୍ବର ୬ରେ ପାଳିତ ହୋଇଯାଇଛି। ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ମାନିତ ଅତିଥି ଭାବେ ବିଧାୟକ ବ୍ରଜ କିଶୋର ପ୍ରଧାନ, ଅଗସ୍ତି ବେହେରା, ଜିଲ୍ଲାପାଳ ଅବଦଲ ଏମ୍ ଅଖତର, ଏନଟିପିସି କାର୍ଯ୍ୟନିର୍ବାହୀ ନରସିଂହ ରେଡ୍ଡୀ, ଏମସିଏଲ ଜିଏମ ଦିନେଶ କୁମାର ମାଲି ପ୍ରମୁଖ ଯୋଗ ଦେଇଥିଲେ।

ସ୍ୱାଗତ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ପରେ ଦ୍ୱୀପ ପ୍ରଜ୍ୱଳନରେ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା। ଏହି ଅବସରରେ ଡ. ଦିନେଶ କୁମାର ମାଲିଙ୍କ ସ୍ୱରଚିତ ପୁସ୍ତକ ‘ବିକା ନାଏକ କି ଖୋଜ’ ଏବଂ ‘ଆମେ ସଂଗ୍ରାମୀ’ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ବିଭିନ୍ନ ସ୍କୁଲର କୃତି ଛାତ୍ରଛାତ୍ରୀଙ୍କୁ ବକ୍ତୃତା, ସଙ୍ଗୀତ ଓ ରଚନା ପାଇଁ ସମ୍ମାନିତ କରାଯାଇଥିଲା।

ଡ.ମାଲି ଓଡ଼ିଶାର ଅସ୍ମିତା ଉଜ୍ଜୀବିତ ରଖିଥିବା ଜଣେ ଅଣଓଡ଼ିଆ ଅଧିକାରୀ ଭାବେ ପ୍ରଶଂସିତ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କୁ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

Share

Leave a Reply