ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

0

ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଶୁକ୍ରବାର ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ତରଫରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଜୀବନ କାମନା କରି ୭୧ ତମ ଜନ୍ମ ଦିବସ ପାଇଁ ୭୧ ଟି ଦୀପ ପ୍ରଜ୍ଜ୍ଵଳନ କରିବା ସହ ସାମୁହିକ ପୂଜାର୍ଚ୍ଚନା କରାଯାଇଥିଲା।ସେହିପରି ଏହି ଦିବସରେ ଯବାନ ଏବଂ କିଷାନ ମାନଙ୍କୁ ସମ୍ମାନିତ କରିଛି ବିଜେପି କୃଷକମୋର୍ଚ୍ଚା ବିଜେପି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ କିଷାନ ଏବଂ ଯବାନ ମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯବାନ ସର୍ବେଶ୍ୱର ସାହୁ, ସନାତନ ପଟ୍ଟନାୟକ, ହରିହର ସାହୁ, ଗାନ୍ଧୀ ସାହୁ, ବିପିନି ବିହାରୀ ପତି, ତ୍ରିଲୋଚନ ଜେନା, ତରୁଣ ସାହୁ,ନିରୋଦ କୁମାର ସାହୁ ଏବଂ କିଷାନ ଗଗନ ବେହେରା, ବ୍ରହ୍ମାନନ୍ଦ ଗଡ଼ନାୟକ, ମନୋଜ ସାହୁ, ନୁହୁରା ସାହୁ, ଦୈତାରି ବିଶ୍ୱାଳ, ଗୋବିନ୍ଦ ମହାଳିକ ଏବଂ ଅନଙ୍ଗ ସାହୁ ପ୍ରମୂଖ ଙ୍କୁ ଉତରୀୟ ଓ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। କୃଷକମୋର୍ଚା ଜିଲ୍ଲା ସଭାପତି ବିଜୟ ମାଝୀଙ୍କ ସମେତ ପ୍ରବୀଣ ସାହୁ, ସୁଶାନ୍ତ ସାମଲ, ପ୍ରବୀଣ ଭୁତିଆ, ହେମନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଅନୁଗୁଳ ମାଟିଆ ସାହି ସ୍ଥିତ ସୁଦ୍ଧାର ଗୃହର ଅନ୍ତେବାସୀ ମାନଙ୍କୁ ମାସ୍କ, ଫଳ, ବିସ୍କୁଟ ଓ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ବିଜେପି ନେତା ପ୍ରତିମା ମିଶ୍ର, ସୁଦୀପ ଗଡ଼ନାୟକ, ରୋଜାଲୀନ ଦାସ, ସଂଘମିତ୍ରା ପ୍ରଧାନ, ମମତା ମହାପାତ୍ର, ସୁଜାତା ଦାସ, ନମିତା ଦଳବେହେରା, ସୁଚିସ୍ମିତା ତ୍ରିପାଠୀ, ପୁଷ୍ପା ଦାସ, ଶୋଭାଗିନୀ ପ୍ରଧାନ, ସରିତା ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

online coaching

Leave A Reply

Your email address will not be published.