solar

ସାରଙ୍ଗପୁର-ନୂଆପଡ଼ା ରାସ୍ତା ପରିଦର୍ଶନ କଲେ ଉପବାଚସ୍ପତି

0

ଅନୁଗୁଳ: ସୋମବାର ଲଗାଣ ବର୍ଷାରେ ସାରଙ୍ଗପୁର- ନୂଆପଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତାର ପଞ୍ଚପଡ଼ା ଉଚ୍ଚ ବିଦ୍ୟାଳୟ ନିକଟରେ ବଡ଼ ଘାଇ ସୃଷ୍ଟି ହୋଇଥିଲା। ଫଳରେ ଏହି ରାସ୍ତାରେ ଗମନାଗମନ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ଇଙ୍କରବନ୍ଧ, ସାରଙ୍ଗପୁର, ନୂଆପଡ଼ା, ବଡ଼କଞ୍ଜିନି ଅଞ୍ଚଳର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବନ୍ତଳାକୁ ଯିବା ପାଇଁ ସେମାନଙ୍କୁ ଅଧିକ ବାଟ ବୁଲିବାକୁ ପଡ଼ୁଛି। ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ଘାଈରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି । ୪ଦିନ ପରେ ବି ମରାମତି ଆରମ୍ଭ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶୁକ୍ରବାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଏଥିସହିତ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.