ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଗୁରୁବାର ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତରେ ପହଞ୍ଚିଛି। ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାକୁ ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ସରକାର।
ଅରୁଣାଭ ସିଂହ, ବନ୍ଦା ସରପଞ୍ଚ ନକୁଳ ସାହୁ ଓ ଅଭି ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ଗୋପାଳ ନାଏକ, ଜିଲ୍ଲା ବିଜେଡି ଉପ-ସଭାପତି ବାଉରି ବନ୍ଧୁ ସାହୁ, ଜିଲ୍ଲା ବିଜେଡି ଉପଦେଷ୍ଟା ନିର୍ମଳ ଗଡ଼ନାୟକ, ୨୮ ନଂ ଜୋନ ବିଜେଡି ପର୍ଯ୍ୟବେକ୍ଷକ ସୁବାସ ଚନ୍ଦ୍ର ପଟ୍ଟନାୟକ, ବନ୍ଦା ସମିତି ସଭ୍ୟ ଦୁଷ୍ମନ୍ତ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ୩୦୦ରୁ ଊର୍ଦ୍ଧ୍ବ ମହିଳା ଓ ଯୁବକ ବନ୍ଦା ଶିବ ମନ୍ଦିରରୁ ଝଜିରି ବାଲି ସାହି ଯାଏଁ ଶୋଭାଯାତ୍ରା କରିଥିଲେ। ପରେ ବନ୍ଦା ଗ୍ରାମ ମୁଖ୍ୟ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।











