ଆଜାଦି କା ଅମୃତ ମହୋତ୍ସବରେ ଆଠମଲ୍ଲିକରେ ତ୍ରିରଙ୍ଗା ବାଇକ୍ ରାଲି

You are currently viewing ଆଜାଦି କା ଅମୃତ ମହୋତ୍ସବରେ ଆଠମଲ୍ଲିକରେ ତ୍ରିରଙ୍ଗା ବାଇକ୍ ରାଲି

ଅନୁଗୁଳ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜିଠୁ ଦେଶ ବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏ ପରିପ୍ରେକ୍ଷୀରେ ଆଠମଲ୍ଲିକ ବିଜେପି ପକ୍ଷରୁ ବିଜେପି ଯୁବନେତା ସଂଗ୍ରାମ ମହାପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ବାଇକି ରାଲି ଅନୁଷ୍ଠିତ ହୋଇଛି।

ଲୋକଙ୍କ ମନରେ ଦେଶପ୍ରିୟତା ଜାଗ୍ରତ କରିବା ଉଦ୍ଦେଶ୍ୟରେ ତଥା ଲୋକଙ୍କୁ ନିଜ ଘରେ ତ୍ରିରଙ୍ଗା ଲଗାଇ ଏହି ଅମୃତ ମହୋତ୍ସବକୁ ପାଳନ କରାଯାଇଛି। ଏ ଅବସରରେ ଆଠମଲ୍ଲିକ ଭାରତୀୟ ଜନତା ପାର୍ଟି ତରଫରୁ କିଶୋର ନଗର ସାଧୁପାଳ ମନ୍ଦିରରୁ ତିରଙ୍ଗା ବାଇକ୍ ରାଲି ଆରମ୍ଭ ହୋଇ ବିଭିନ୍ନ ପଞ୍ଚାୟତ ବୁଲି କିଶୋର ନଗର କଲେଜ ଛକ ଠାରେ ଶେଷ ହୋଇଛି। ପ୍ରବଳ ବର୍ଷା ସତ୍ତ୍ୱେ ଏହି ରାଲିରେ ଯୁବମୋର୍ଚ୍ଚା ସମ୍ପାଦକ ଚିକୁନ ବିଶ୍ୱାଳ, ନାକଚି ମଣ୍ଡଳ ସଭାପତି ସତ୍ୟନାରାୟଣ ପ୍ରଧାନ, କିଶୋର ନଗର ମଣ୍ଡଳ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ସାହୁ, ନାକଚି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସତ୍ୟଜିତ ସାହୁ , ଦିବ୍ୟ ରଞ୍ଜନ ସାହୁ, ଧନଞ୍ଜୟ ପ୍ରଧାନ, ଅମିତ୍ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply