ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

You are currently viewing ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ଥାନା ଅନ୍ତର୍ଗତ ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟରେ ଶନିବାର ଅପରାହ୍ନରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛେଣ୍ଡିପଦା ଥାନା କୋଶଳା ଗ୍ରାମର ମେଡିକାଲ ଛକର ପ୍ରମୋଦ ବେହେରାଙ୍କ ପୁଅ ଜିତୁ ବେହେରା(ବାୟା)।

ସୂଚନା ମୁତାବକ, ଜିତୁ ଛେଣ୍ଡିପଦାରୁ କାର୍ଯ୍ୟ ସାରି ମଟର ସାଇକେଲ (ଓଡି୧୯ପି,୮୨୪୬)ରେ ଯୋଗେ ଘର କୋଶଳାକୁ ଫେରୁଥିବା ବେଳେ କୁକୁରପେଟା ଡ୍ୟାମ ଠାରେ ଅପର ପକ୍ଷରୁ ଯାଉଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ଛେଣ୍ଡିପଦା ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏବେ ରାତି ହୋଇଯାଇଥିବାରୁ ରବିବାର ବ୍ୟବଚ୍ଛେଦ କରାଯିବ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply