ବସ ଧକ୍କାରେ ବାଇକ ଆରୋହୀ ମୃତ

You are currently viewing ବସ ଧକ୍କାରେ ବାଇକ ଆରୋହୀ ମୃତ

ଅନୁଗୁଳ: ଆଜି ସକାଳ ସାତଟା ବେଳେ ଅନୁଗୁଳ ମାଉସୀ ମା’ ମନ୍ଦିର ଛକରେ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି। କୁଶାସିଙ୍ଗା ଗ ର କାଠ ମିସ୍ତ୍ରୀ ଧନେଶ୍ୱର ବେହେରା(୪୮) ବାଇକ ଯୋଗେ ନାଲକୋ ଆଡକୁ ଯାଉଥିବା ବେଳେ ସେହି ଛକରେ ଗୋଟିଏ କମ୍ପାନୀ ବସ ଗାଡି ଧନେଶ୍ୱରଙ୍କ ବାଇକକୁ ପିଟି ଦେଇଥିଲା ଫଳରେ ସେ ଛିଟିକି ପଡ଼ିଥିଲେ।

ହେଲମେଟ ପିନ୍ଧିଥିଲେ ମଧ୍ୟ ବେଲ୍ଟ ବାନ୍ଧି ନଥିବାରୁ ଏହା ଫିଟି ଯାଇଥିଲା ଓ ମୁଣ୍ଡରେ ଆଘାତ ଲାଗିଥିଲା। କିଛି ବାଟୋଇ ଅଟୋ ଯୋଗେ ଗୁରୁତର ଧନେଶ୍ୱରଙ୍କୁ ଅନୁଗୁଳ ଡାକ୍ତରଖାନା ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ବସ ବାଇକକୁ ଜବତ କରି ଦୁର୍ଘଟଣାର ତଦନ୍ତ କରୁଛି।

Share

Leave a Reply