ଭୋଜି ଖାଇବାକୁ ଯାଇଥିବା ବେଳେ ବାଇକ୍ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

You are currently viewing ଭୋଜି ଖାଇବାକୁ ଯାଇଥିବା ବେଳେ ବାଇକ୍ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବୁଢାପଙ୍କ ଗାଁର ଜଣେ ବ୍ୟକ୍ତିଙ୍କ ବାଇକ ଚୋରି ହୋଇଥିବା ନେଇ ସେ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଗାଡ଼ି ମାଲିକ ଜଗଦୀଶ ସାମଲ ଏତଲା ଦେଇଛନ୍ତି।

ଅଭିଯୋଗ ମୁତାବକ, ଜଗଦୀଶ ବାଇକ୍ ନେଇ ମଙ୍ଗଳବାର ମାମୁଁ ପୁଅ ବାହାଘର ଭୋଜି ଖାଇବା ପାଇଁ ସ୍ଥାନୀୟ ବାବା ଆଖଣ୍ଡଳମଣି ମନ୍ଦିର ସମ୍ମୁଖ ଶିମିଳିପଡ଼ାକୁ ଯାଇଥିଲେ। କିନ୍ତୁ ଭୋଜି ଖାଇ ଆସିଲା ବେଳକୁ ସେଠାରେ ତାଙ୍କ ବାଇକ୍ ନଥିଲା। ଚାରିଆଡ଼େ ଖୋଜା ଖୋଜି ପରେ ସେ ଆଜି ବାଧ୍ୟ ହୋଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Share

Leave a Reply