ଭାରତର ରତ୍ନ ରତନ ଟାଟାଙ୍କର ହେବ ବାୟୋପିକ, ଘୋଷଣା କଲେ ଜି ଗ୍ରୁପର ମାଲିକ ସୁଭାଷ ଚନ୍ଦ୍ରା

You are currently viewing ଭାରତର ରତ୍ନ ରତନ ଟାଟାଙ୍କର ହେବ ବାୟୋପିକ, ଘୋଷଣା କଲେ ଜି ଗ୍ରୁପର ମାଲିକ ସୁଭାଷ ଚନ୍ଦ୍ରା

ମୁମ୍ବାଇ: ଭାରତର ରତ୍ନ ରତନ ଟାଟାଙ୍କର ହେବ ବାୟୋପିକ। ଟାଟା ଗ୍ରୁପର ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ଜି ଗ୍ରୁପର ମାଲିକ ସୁଭାଷ ଚନ୍ଦ୍ରା ରତନ ଟାଟାଙ୍କ ଜୀବନୀକୁ ନେଇ ଏକ ବାୟୋଗ୍ରାଫିକଲ ସିନେମା ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି। ଏହି ସିନେମା ଜି୫ରେ ପ୍ରଦର୍ଶିତ କରାଯିବ। ଏହାକୁ ବିଭିନ୍ନ ଭାଷାରେ ଉପଲବ୍ଧ କରିବା ପାଇଁ ମଧ୍ୟ ଜି ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି।

ଜି ଗ୍ରୁପର ମାଲିକ ସୁଭାଷ ଚନ୍ଦ୍ରା କହିଛନ୍ତି, ‘ରତନଙ୍କ ସହିତ ମୋର ଭଲ ବନ୍ଧୁତା ଥିଲା। ସେ ସର୍ବଦା ମୋ ବିଚାରକୁ ନେଇ ପ୍ରଶଂସା କରୁଥିଲେ। ତାଙ୍କୁ କୌଣସି ପ୍ରସଙ୍ଗରେ ମତାମତ ମାଗିଲେ ସେ ଅତି ସୁନ୍ଦର ଭାବେ ନିଜର ମତ ପ୍ରକାଶ କରିଥାଆନ୍ତି ବୋଲି ଶ୍ରୀ ଚନ୍ଦ୍ରା କହିଛନ୍ତି।

ଗତ ବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଛି। ଦେଶର ରତ୍ନ ଥିବା ରତନ ଟାଟାଙ୍କୁ ହରାଇବା ପରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ଖେଳାଳି, କଳାକାର ସମେତ ବିଦେଶର ଲୋକମାନେ ବି ଶୋକ ପ୍ରକାଶ କରିଛନ୍ତି।

Share

Leave a Reply