ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

You are currently viewing ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ସ୍ଥିତ ଧଉରାପାଲି ପଞ୍ଚାୟତ ଅନ୍ତର୍ଗତ ବଏଜା ଭୀମ ଭୋଇ ସ୍ମୃତି ପୀଠ ଠାରେ ଓଡ଼ିଶା ତଫସିଲ ଭୁକ୍ତ ଜାତି /ଉପଜାତି କର୍ମଚାରୀ କଲ୍ୟାଣ ସୌଜନ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଝାରବନ୍ଧୁଲି ଗ୍ରାମ ନଗର ପରିକ୍ରମା କରି ସଭା ମଣ୍ଡପରେ ପହଞ୍ଚିଥିଲେ। ସଭା ପ୍ରାରମ୍ଭରେ ଡକ୍ଟର ନୀଳାଚଳ ନାୟକ ସ୍ୱାଗତ ଭାଷଣ ଦେଇ ଅତିଥିଙ୍କ ପରିଚୟ ପ୍ରଦାନ କରି ବିର୍ସା ମୁଣ୍ଡାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜା କରିଥିଲେ। ଏଥିରେ ଓଡ଼ିଶା ତଫସିଲଭୁକ୍ତ ଜାତି /ଉପଜାତି କର୍ମଚାରୀ କଲ୍ୟାଣ ପରିଷଦ କିଶୋର ନଗର ବ୍ଲକ ସଭାପତି ଗୋପାଳ ଚନ୍ଦ୍ର ବେହେରା ସଭାପତିତ୍ବ କାର୍ଯ୍ୟ ତୁଲାଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଣ୍ଡୱାନ ଗୋଣ୍ଡ ମହାସଭା ତଥା ପୂର୍ବତନ ସମନ୍ୱିତ ଆଦିବାସୀ କଲ୍ୟାଣ ପରିଷଦ ଜିଲ୍ଲା ସଭାପତି ସଦାଶିବ ନାୟକ ଯୋଗ ଦେଇଥିଲେ। ଆଠମଲ୍ଲିକ ୱେବ ମିଡିଆ ସାମ୍ବାଦିକ ମହାସଂଘ ସଭାପତି ସାମ୍ବାଦିକ କରୁଣାକର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆଦିବାସୀ କିଏ.? ଓ କିପରି??? ସ୍ୱାଧୀନତା ପରେ ମଧ୍ୟ କାହିଁକି ଆଦିବାସୀ ସମାଜ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରୁନି ସେ ନେଇ ସୂଚନା ଦେଇଥିଲେ। ବିଧାୟକ ପ୍ରାର୍ଥୀ ହୃଷିକେଶ ଲୁହା, ନାଲକୋ ତଫସିଲଭୁକ୍ତ ଜାତି/ଉପଜାତି କର୍ମଚାରୀ କଲ୍ୟାଣ ସଙ୍ଘ ସଭାପତି କେଦାରନାଥ ଦେହୁରୀ, ବିର୍ଲାଏକା ବାବୁ, ଗୋଣ୍ଡ ୱାନ ଗୋଣ୍ଡ ମହାସଭା ଆଠମଲ୍ଲିକ କେନ୍ଦ୍ର କମିଟିର ସଭାପତି ପ୍ରସନ୍ନ କୁମାର ନାୟକ, ଶିକ୍ଷାବିତ ତଥା ଉପଦେଷ୍ଟା କର୍ଣ୍ଣ ନାୟକ, ନାରୀନେତ୍ରୀ ପଦ୍ମିନୀ ମୁଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ କହିଥିଲେ। ଓଡ଼ିଶା ତଫସିଲଭୁକ୍ତ ଜାତି/ଉପଜାତି କର୍ମଚାରୀ କଲ୍ୟାଣ ପରିଷଦ କିଶୋର ନଗର ବ୍ଲକ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବାଘଙ୍କ ନେତୃତ୍ୱରେ ଝାରବନ୍ଧୁଲି ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ଶିକ୍ଷାବିତ ଶୁକଦେବ ନାୟକ ଧନ୍ୟବାଦ ଦେଇଥିଲେ।

Share

Leave a Reply