ନାଲକୋରେ ବିର୍ସା ମୁଣ୍ଡା ଜୟନ୍ତୀ କାର୍ଯ୍ୟକ୍ରମ ଉଦଯାପିତ, ଯୋଗ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

You are currently viewing ନାଲକୋରେ ବିର୍ସା ମୁଣ୍ଡା ଜୟନ୍ତୀ କାର୍ଯ୍ୟକ୍ରମ ଉଦଯାପିତ, ଯୋଗ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପ୍ରଶିକ୍ଷଣ କେନ୍ଦ୍ରଠାରେ ନାଲକୋ ନଗର ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଚାଲିଥିବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତିଭିତ୍ତିକ ସାନ୍ତାଳୀ ନୃତ୍ୟ ସାଙ୍ଗକୁ ଛୋଟ ଛୋଟ ପିଲାଙ୍କ ନୃତ୍ୟ ପରିବେଷଣ ବେଶ ଚିତ୍ତାକର୍ଷକ ଥିଲା।

ସଂଗଠନର ସଭାପତି କେଦାରନାଥ ଦେହୁରୀ ଓ ସମ୍ପାଦକ କୃଷ୍ଣ ସିଂ ଜଙ୍କ ଙ୍କ ନେତୃତ୍ବରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟବକ୍ତା ଭାବେ ତାଳଚେର ମହାବିଦ୍ୟାଳୟର ଅଧ୍ୟାପିକା କୁନ୍ତଳା ସୋୟ, ସମ୍ମାନିତ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଜିଜିଏମ ନାଲକୋ ପି. କେ ମହାନ୍ତି, ଏ କେ ମିଶ୍ର, ଏସ.କେ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସଂଘର ସାଧାରଣ ସମ୍ପାଦକ କୃଷ୍ଣ ସିଂ ଜଙ୍କ ଧନ୍ୟବାଦ ଦେଇଥିଲେ।

Share

Leave a Reply