ନବୀନ ପଟ୍ଟନାୟକଙ୍କ ସୁସ୍ଥତା କାମନା କରି ମା’ ବୁଢୀ ଠାକୁରାଣୀଙ୍କୁ ଦୀପଦାନ

You are currently viewing ନବୀନ ପଟ୍ଟନାୟକଙ୍କ ସୁସ୍ଥତା କାମନା କରି ମା’ ବୁଢୀ ଠାକୁରାଣୀଙ୍କୁ ଦୀପଦାନ

ଅନୁଗୁଳ: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସନ୍ଧ୍ୟାରେ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି।
ଅନୁଗୁଳ ପୌରପାଳିକା ବିଜେଡି ପକ୍ଷରୁ ଅରୁଣାଭ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ପରିଷଦ ସଭ୍ୟ ମହେନ୍ଦ୍ର ବସ୍ତିଆ, ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ସମସ୍ତ ବିଜେଡି କାଉନସିଲର ପୌରପାଳିକା ନଗର ବିଜେଡି ସଭାପତି ଏବଂ ବିଭିନ୍ନ ୱାର୍ଡ ସ୍ତରର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଥି ସହିତ ଅନୁଗୁଳ ପୌରାଞ୍ଚଳ ୱାର୍ଡ ନଂ ୧୫ ଠାରେ ମା’ ମଙ୍ଗଳା ଏବଂ ମା’ ତ୍ରିଶକ୍ତି ମନ୍ଦିର ଠାରେ ଅରୁଣାଭ ସିଂହ, ସୁଜିତ୍ ଦ୍ଵିବେଡିନ୍ନଙ୍କ ଉପସ୍ଥିତିରେ ସମୂହ ଦୀପଦାନ ଏବଂ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।

Share

Leave a Reply