ଅନୁଗୁଳରେ ବିଜେଡିର ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟିତ, କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ

You are currently viewing ଅନୁଗୁଳରେ ବିଜେଡିର ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟିତ, କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟାଳୟ ଶିମିଳିପଡା ସ୍ଥିତ ଚର୍ଚ୍ଚ ଲାଇନ ଗଳିଠାରେ ରବିବାର ଉଦ୍‌ଘାଟିତ ହୋଇଛି। ଏଥିସହ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ, ଅନୁଗୁଳର ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ, ପୂର୍ବତନ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ, ପୂର୍ବତନ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ସଭାନେତ୍ରୀ ବବିତା ପ୍ରଧାନ, ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ, ବିଜେଡି ନେତା ଅବିନାଶ ସାମଲ, ପୂର୍ବତନ ତାମ୍‌ଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷିଥିଲେ। ରାଜ୍ୟରେ ମହିଳା ବି‌ରୋଧୀ ହିଂସା ବଢ଼ି ଚାଲିଥିଲା ବେଳେ ସରକାର ନିଦରେ ଶୋଇଛନ୍ତି। ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କଲେଣି। ଏପଟେ ବିଜେପି ନେତାମାନେ ମହିଳା ବିରୋଧୀ ମନ୍ତବ୍ୟ ଦେଇ ଏହାକୁ ଉସ୍‌କାଉଛନ୍ତି। ଏଣୁ ବିଜେଡି ଚୁପ୍‌ ହୋଇ ବସିବନି। ମହିଳାଙ୍କ ସୁରକ୍ଷା ପାଇଁ ଦଳ ଲଢ଼େଇ ଜାରି ରଖିବ ବୋଲି କହିଥିଲେ।

ପୂର୍ବତନ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବ୍ରଜ କିଶୋର ପ୍ରଧାନ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ହଜାର ହଜାର ବିଜେଡି କର୍ମୀ ଉପସ୍ଥିତ ଥିଲେ।

Share

Leave a Reply