ଆଜି ନବୀନ ଦେବେ ସଦସ୍ୟତା ପାଇଁ ଆହ୍ବାନ,ଗାଁ ଗାଁରେ ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ଉପରେ ଫୋକସ୍

You are currently viewing ଆଜି ନବୀନ ଦେବେ ସଦସ୍ୟତା ପାଇଁ ଆହ୍ବାନ,ଗାଁ ଗାଁରେ ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ଉପରେ ଫୋକସ୍

ଭୁବନେଶ୍ୱର : ଆଜି ନବୀନ ଦେବେ ସଦସ୍ୟତା ପାଇଁ ଆହ୍ବାନ। ଛାତ୍ର ବିଜୁ ଜନତା ଦଳକୁ ଆଜି ଉଦବୋଧନ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଭୁବନେଶ୍ବର ଶଙ୍ଖ ଭବନରେ ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହେବ। ଗାଁ ଗାଁରେ ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ଉପରେ ରଣନୀତି ପ୍ରସ୍ତୁତ ହେବ। ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟକ୍ରମ ନେଇ ଜନଜାଗରଣ କରାଯିବ। ଏଥିରେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଅନେକ ବରିଷ୍ଠ ନେତା ଯୋଗ ଦେବେ।

ଏହା ପରେ ବିଜୁ ଛାତ୍ର ଜନତା ଦଳ ସଦସ୍ୟତା ଅଭିଯାନ ବିଭିନ୍ନ କଲେଜ କ୍ୟାମ୍ପସରେ କରିବାକୁ ଯୋଜନା ରଖିଛି। ଆଜି ପ୍ରସ୍ତୁତ ହୋଇଥିବା ରୋଡମ୍ୟାପ୍ ଉପରେ ଲାଗିବ ମୋହର। ଗତମାସ ୯ ତାରିଖରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। କୋଟିଏରୁ ଅଧିକ ସଦସ୍ୟଙ୍କୁ ଦଳ ସହ ଯୋଡ଼ିବା ପାଇଁ ଟାର୍ଗେଟ ରଖିଛି ବିଜେଡି । ସଦସ୍ୟତା ଅଭିଯାନରେ ଦଳର ଫୋକସ ରହିଛନ୍ତି ମହିଳା ଓ ଯୁବବର୍ଗ।

Share

Leave a Reply