ବିଶ୍ୱକର୍ମା ପୂଜାରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ୨୦ ଊର୍ଦ୍ଧ୍ବ କର୍ମୀ

You are currently viewing ବିଶ୍ୱକର୍ମା ପୂଜାରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ୨୦ ଊର୍ଦ୍ଧ୍ବ କର୍ମୀ

ଅନୁଗୁଳ: ରବିବାର ବିଶ୍ୱକର୍ମା ପୂଜା ଉପଲକ୍ଷେ ଅନୁଗୁଳ ବ୍ଲକ ସୁସୁଡା ପଞ୍ଚାୟତର ସକ୍ରିୟ ବିଜେପି ଯୁବ ନେତା ସୁବ୍ରତ ନାଏକ (ଟୁକୁନା ଭାଇ)ଙ୍କ ନେତୃତ୍ୱରେ ୨୦ରୁ ଊର୍ଦ୍ଧ୍ବ ଯୁବକ ବିଜେଡିରେ ଯୋଗ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ସ୍ୱଚ୍ଛତାରେ ଅନୁପ୍ରାଣିତ ହୋଇ ସେମାନେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

ଏଥିସହ ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତ ଶାବଳଭଙ୍ଗା ଗ୍ରାମ ୧୭ନଂ ୱାର୍ଡର ବିଜେପି ୱାର୍ଡ ମେମ୍ବର ଶଙ୍କର ଗୋଚ୍ଛାୟତଙ୍କ ନେତୃତ୍ୱରେ ହରିଜନ ସାହିର ୨୦ରୁ ଊର୍ଦ୍ଧ୍ବ ଯୁବକ ଏବଂ ଗତ ପଞ୍ଚାୟତ ନିର୍ବାଚନରେ ୨ନଂ ଜୋନ୍ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଡଲି ନାଏକଙ୍କ ସ୍ୱାମୀ ଗୋବିନ୍ଦ ନାଏକ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଅରୁଣାଭ ସିଂହ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ଚିତ୍ତରଞ୍ଜନ ସେନାପତି, ଦେବ ପ୍ରକାଶ ନାଏକ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ଅଜିତ ଦ୍ବିବେଦୀ, ବ୍ଲକ ଯୁବ ବିଜେଡି ସଭାପତି ରାକେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply