ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିରର ଶେଷ ଦିନ: ତାଲିମ ନେଲେ ବିଜେଡି କାର୍ଯ୍ୟକର୍ତ୍ତା

You are currently viewing ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିରର ଶେଷ ଦିନ: ତାଲିମ ନେଲେ ବିଜେଡି କାର୍ଯ୍ୟକର୍ତ୍ତା

ଅନୁଗୁଳ: ଆଜି ବିଜୁ ଜନତା ଦଳ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ଚାଲିଥିବା ଜିଲ୍ଲା ପରିଷଦ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିନ। ଆଜି ଜୋନ ନଂ ୪ ଓ ଅନୁଗୁଳ ପୌରପାଳିକାର ସକ୍ରିୟ ସଭ୍ୟଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଶିବିରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଅନୁଗୁଳ ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ବିଜେଡି ସହ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ, ରାଜ୍ୟ ବିଜେଡି ପକ୍ଷରୁ ମନୋନୀତ ପ୍ରଶିକ୍ଷଣ କର୍ତ୍ତା ଅରୂପ ଶ୍ରୀଚନ୍ଦନ, ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଲିଗାଲ ସେଲ ଅଧ୍ୟକ୍ଷ ପରମାନନ୍ଦ ମିଶ୍ର, ନଗରପାଳ ଅକ୍ଷୟ କୁମାର ସାମନ୍ତ, ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବଚରଣ ଦେହୁରୀ, ଟାମଡା ଅଧ୍ୟକ୍ଷ ମୀନକେତନ ଅମାନ୍ତ, ଜିଲ୍ଲା ପରିଷଦ ଜୋନ ପର୍ଯ୍ୟବେକ୍ଷକ ଧରଣୀଧର ସାହୁ, ଦୁର୍ଯ୍ୟୋଧନ ସାହୁ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ପୌରପାଳିକା ବିଜେଡି ପର୍ଯ୍ୟବେକ୍ଷକ ତ୍ରିଲୋଚନ ପ୍ରଧାନ, ଜିଲ୍ଲା ବିଜେଡି ଉପ-ସଭାପତି ଭାଗିରଥି ମାଝୀ, ପୌରପାଳିକାର ସମସ୍ତ ବିଜେଡି କାଉନସିଲର, ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଜିଲ୍ଲା ବିଜେଡି ମହିଳା-ଛାତ୍ର-ଯୁବ ଜନତା ଦଳର ସଦସ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପଞ୍ଚାୟତ ବିଜେଡି ସଭାପତି ଓ ବରିଷ୍ଠ ନେତୃ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply