ବିଜୁ ଜନତା ଦଳର ମିଶ୍ରଣ ପର୍ବ

You are currently viewing ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଅନୁଗୁଳ: ଅନୁଗୁଳ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ରବିବାର ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ନୂଆ ମୌଜା ଗ୍ରାମ ପଞ୍ଚାୟତର ସରଧାପୁର ଗାଁର ବହୁ ବିଜେପି କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ସମସ୍ତଙ୍କୁ ଦଳର ଉତ୍ତରୀୟ ଦେଇ ସ୍ବାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବ୍ଲକ୍ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଅରୁଣାଭ ସିଂହ, ବିନୋଦ ସାହୁ, ଭାଗିରଥି ମାଝୀ, ବୁଲା ସ୍ୱାଇଁ, ବିକାଶ ସାହୁ, ଜୟନ୍ତ ସାହୁ, ଲୁଲୁ ବେହେରା, ସରୋଜ ପରିଡ଼ା, କୀର୍ତିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply