ଅନୁଗୁଳ: ବିଜୁ ଜନତା ଦଳ ପକ୍ଷରୁ ୮୭ ଜଣିଆ ରାଜ୍ୟ ପରିଷଦ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ଅନୁଗୁଳ ଜିଲ୍ଲାର ୬ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଓ ଭାଗିରଥ ପ୍ରଧାନ, ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା ଏବଂ ପାଳଲହଡ଼ାର ପୂର୍ବତନ ବିଧାୟକ ମୁକେଶ ପାଳ। ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଥିବା ଏହି ତାଲିକାରେ ଅନୁଗୁଳର ୬ ଜଣ ସ୍ଥାନ ପାଇଥିବାରୁ ଦଳ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତା ମାନେ ଆଶା ପ୍ରକାଶ କରିଛନ୍ତି।
ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି: ବିଜେଡି ରାଜ୍ୟ ପରିଷଦରେ ଅନୁଗୁଳର ୬ ବଡ଼ ନେତା
- Post published:April 22, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul