ଅନୁଗୁଳ:ଚଳିତ ପୌର ନିର୍ବାଚନ ରେ ଅନୁଗୁଳ ପାଞ୍ଚ ନମ୍ୱର୍ ୱାର୍ଡ ପାଇଁ ବାପା ପୁଅ ମଧ୍ୟରେ ଫାଇଟ ହେଉଥିବାବେଳେ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଚି। ଏହି ୱାର୍ଡରେ ପୁଅ ରଞ୍ଜିତ ମାନଡୋଠିଆ ବିଜେଡିରୁ ଟିକଟ ପାଇ ଲଢ଼ୁଛନ୍ତି।ସେ ତାଙ୍କ ପ୍ରଚାର କୁ ଜୋରଦାର କରିବା ସହ ବିଜୟ ନେଇ ଆଶାବାଦି ଅଛନ୍ତି।ଏହି ୱାର୍ଡ ରୁ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ୱାର୍ଡର କିଛି ଉନ୍ନତି ହୋଇନଥିବାରୁ ଭୋଟରମାନେ ଏଥର ପରିବର୍ତ୍ତନ ଚାହୁଁଛନ୍ତି।ସେ ଦୃଷ୍ଟି କୋଣରୁ ରଞ୍ଜିତ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଏହି ୱାର୍ଡରେ ଅନେକ ଶିକ୍ଷିତ ଲୋକ ଥିଲେ ମଧ୍ୟ ପାଠାଗାର ଟିଏ ନାହିଁ।ଡ୍ରେନେଜ୍ ସମସ୍ୟା ନକହିବା ଭଲ।ଏଣୁ କାଉନସିଲର ଭାବେ ନିର୍ବାଚିତ ହେଲେ ସ୍ଥାନୀୟ ଅଂଚଳର ବିକାଶ କରିବି ବୋଲି ଶ୍ରୀ ମାଣ୍ଡୋଠୀଆ ପ୍ରକାଶ କରିଛନ୍ତି।ବୃତ୍ତି ରେ ବ୍ୟବସାୟ ଏବଂ ସମାଜସେବାକୁ ବ୍ରତ ଭାବେ ମାନିନେଇଥିବ ରଞ୍ଜିତ ସାହି ସ୍କୁଲର ଉନ୍ନତି ଏବଂ ଅନ୍ୟାନ୍ୟ ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ୱାର୍ଡର ସବୁ ବର୍ଗର ଲୋକେ ତାଙ୍କୁ ସମର୍ଥନ କରିବେ ଏବଂ ସେ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି କରିଛନ୍ତି।
୫ ନଂ ୱାର୍ଡରେ ବିଜେଡିର ପ୍ରଚାର ଜମିଲା
- Post published:March 22, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
