ଅନୁଗୁଳ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ସହ ସଂଯୋଜକ ଓ ସହ ପ୍ରଭାରୀ ନିଯୁକ୍ତ

You are currently viewing ଅନୁଗୁଳ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ସହ ସଂଯୋଜକ ଓ ସହ ପ୍ରଭାରୀ ନିଯୁକ୍ତ

ଅନୁଗୁଳ: ବିଜେପିର ସାଙ୍ଗଠନିକ କାର୍ଯ୍ୟର ବିସ୍ତାର ପାଇଁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଗୁରୁବାର ଅନୁଗୁଳ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ସହ ସଂଯୋଜକ ଓ ସହ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଜିଲ୍ଲା କମିଟିର ପଦାଧିକାରୀଙ୍କୁ ଏ ଦାୟିତ୍ୱ ଦିଆଯାଇଛି।

ସହ ସଂଯୋଜକ ଭାବେ ଅନୁଗୁଳ ପାଇଁ ପ୍ରଭାତ କୁମାର ପ୍ରଧାନ, ଛେଣ୍ଡିପଦା ପାଇଁ ମିଲାପ ପ୍ରଧାନ, ପାଳଲହଡା ପାଇଁ ଲିଙ୍ଗରାଜ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ଛେଣ୍ଡିପଦାର ସହ ପ୍ରଭାରୀଭାବେ ନୃସିଂହ ବରାଳ ଓ ପାଳଲହଡା ପାଇଁ ବିଜୟ ମାଝିଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ଜିଲ୍ଲା ସଭାପତି ବିଧିବଦ୍ଧ ଭାବେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।

Share

Leave a Reply