ଅନୁଗୁଳରେ ବିଜେପିର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ, ଦଳକୁ ବିପୁଳ ଭୋଟ ଦେଇ ଜିତାଇବାକୁ ଆହ୍ୱାନ

0

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଚଣ୍ଡିଖମଣ ମନ୍ଦିର ପଡ଼ିଆରେ ଆଜି ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଆୟୋଜିତ ଏହି ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଢେଙ୍କାନାଳ ଲୋକସଭାର ବିଜେପିର ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ସହ ଦଳର ନେତୃବୃନ୍ଦ, ସରପଞ୍ଚ, ସମିତି ସଭ୍ୟ, ଅନୁଗୁଳ ପୌର ପାଳିକାର କାଉନସିଲର ତଥା ଦଳର କର୍ମକର୍ତ୍ତା ବହୁ ସଂଖ୍ଯାରେ ଉପସ୍ଥିତ ଥିଲେ।

ଏ ଅବସରରେ ଆଗାମୀ ନିର୍ବାଚନରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ଗ୍ରାମ ପଞ୍ଚାୟତ ଓ ଅନୁଗୁଳ ପୌରପାଳିକାରୁ ବିଜେପି କିପରି ଅଧିକରୁ ଅଧିକ ଭୋଟ୍ ପାଇବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.

error: Content is protected !!