ବାସନ୍ତୀ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ

You are currently viewing ବାସନ୍ତୀ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ

ଅନୁଗୁଳ: ଅମଲା ପଡ଼ା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାସନ୍ତୀ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ ଏହି ସମାରୋହକୁ ଉଦ୍ଘାଟନ କରିବା ସହ ନବ ଉତ୍କଳର ଅନ୍ୟତମ ବିନ୍ଧାଣୀ ମଧୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ନୀଳମଣି ରାଉତ ଏବଂ ସଂଘର ଉପଦେଷ୍ଟା ପ୍ରଦୀପ ଦେବତା ଯୋଗ ଦେଇ ଉତ୍କଳ ଦିବସ ଏବଂ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାକୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଆହ୍ବାନ ଦେଇଥିଲେ। ସଂଘର ପ୍ରତିଷ୍ଠାତା
ଦୁଷ୍ୟନ୍ତ୍ କୁମାର୍ ନାଥ ଏବଂ ତାଙ୍କର ଟାଇକୁଣ୍ଡୁ ପ୍ରଶିକ୍ଷାର୍ଥୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।

Leave a Reply