ବିଷାକ୍ତ ଖାଦ୍ୟ ନେଲା ଜୀବନ! ବିବାହ ଭୋଜି ଖାଇ ଦୁଇ ମୃତ, ୮ ଅସୁସ୍ଥ

0

ତାଳଚେର: ତାଳଚେର ଟାଉନ ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ବିବାହ ଭୋଜି ଖାଇ ଶନିବାର ଜଣେ ବୃଦ୍ଧା ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।
ସୂଚନା ମୁତାବକ, ଶନିବାର ଏକ ବିବାହ ଉତ୍ସବର ଭୋଜି ଖାଇ ବାଘୁଆବୋଲ ଗ୍ରାମର ସିଦ୍ଧେଶ୍ୱର ସାହୁ (୭୫) ଓ ସେହି ଅଞ୍ଚଳର ସୁଜାତା ସାହୁ (୪୮) ଅସୁସ୍ଥତା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ପ୍ରଥମେ ତାଳଚେର ମଣ୍ଡାପାଳ ଡାକ୍ତରଖାନା ଓ ପରେ ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ଅନ୍ୟ ଜଣେ ସ୍ଥାନୀୟ ନେହୁରୁଶତାଦ୍ଦୀ ଚିକିତ୍ସାଳୟକୁ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏହି ବିବାହ ଭୋଜି ଖାଇ ୮ ଜଣ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା କୁହାଯାଉଛି। ବିଷାକ୍ତ ଖାଦ୍ୟ ଖାଇ ଲୋକଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି।
ଅନ୍ୟପଟେ ତାଳଚେର ଓ ଅନୁଗୁଳ ମେଡିକାଲ ଟିମ୍ ଆସି ଉକ୍ତ ଖାଦ୍ୟର ମାନ ଯାଞ୍ଚ କରିଥିବା ନେଇ ଜଣାଯାଇଛି।

Leave A Reply

Your email address will not be published.

error: Content is protected !!