ଅନୁଗୁଳ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେପି ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ବିଜେପି କାର୍ଯ୍ୟ କର୍ତ୍ତା ଅନୁଗୁଳ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ପୋଲିସ ତାଙ୍କୁ ଭିତରକୁ ନ ଛାଡ଼ିବାରୁ ଧସ୍ତାଧସ୍ତି ହୋଇଥିଲେ। ପରେ ବିଜେପି କର୍ମୀ ଜିଲ୍ଲାପାଳଙ୍କ ଅଫିସ ଫାଟକ ଖୋଲି ଭିତରକୁ ପଶିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।
ସଭାରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗଦେଇ ଯେଉଁଠି ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି ସେଠି ସାଧାରଣ ଲୋକ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଥିଲେ। ଯେଉଁଠି ପୋଲିସ ଡିଜି ଭଗବାନଙ୍କ ଭରସାରେ ସେଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଗୋଟିଏ ମିନିଟ ବି ସରକାରରେ ରହିବା ଉଚିତ ନୁହେଁ। ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦୁର୍ନୀତିରେ ଲିପ୍ତ ଥିବା ନେଇ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା,ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦିପ ଗଡ଼ନାୟକ, ଭବାନୀ ଜ୍ୟୋତିଷ ରାୟ, ଉପ ସଭାପତି ଲିଙ୍ଗରାଜ ଦାସ, ଚୌଧୁରୀ ପ୍ରଧାନ, ଅମୀୟ ତ୍ରିପାଠୀ, ମନୋଜ ପ୍ରଧାନ, ସମ୍ପାଦକ ସୋମନାଥ ରାଉତ, ପ୍ରଶାନ୍ତ ନନ୍ଦ, ନମିତା ଦକ ବେହେରା, କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ସରୋଜ ଜେନା, ଏସ ସି ମୋର୍ଚ୍ଚା ସଭାପତି ଅଜୟ ଗୋଛାୟତ, ଏସ ଟି ମୋର୍ଚ୍ଚା ସଭାପତି ଅର୍ଜୁନ ଜିସ୍କୁ, ରୋଜାଲିନ ଦାସ, ସଂଯୁକ୍ତା ମହାରଣା, ସୁଜାତା ଦାସ, ସଂଘମିତ୍ରା ପ୍ରଧାନ, ଶୁଚିସ୍ମିତା ତ୍ରିପାଠୀ, ସରିତା ମିଶ୍ର, ତିଳୋତ୍ତମା ସାମନ୍ତଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।