ମେଡିକାଲ କଲେଜ ହସ୍ପିଟାଲକୁ ନେଇ ବିଜେଡ଼ି ବିଜେପିର କାଦୁଅଫିଙ୍ଗା ବେଳେ ଚର୍ଚ୍ଚାରେ ପିଆଇଏଲ ପ୍ରସଙ୍ଗ

You are currently viewing ମେଡିକାଲ କଲେଜ ହସ୍ପିଟାଲକୁ ନେଇ ବିଜେଡ଼ି ବିଜେପିର କାଦୁଅଫିଙ୍ଗା ବେଳେ ଚର୍ଚ୍ଚାରେ ପିଆଇଏଲ ପ୍ରସଙ୍ଗ

ଅନୁଗୁଳ: ଆଜି ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁଗୁଳ ସ୍ଥିତ ପିଏମପି ମେଡିକାଲ କଲେଜ୍ ହସ୍ପିଟାଲ ଓ ଟ୍ରମା କେୟାର ବୁଲି ଦେଖିବା ସହ ଜିଲ୍ଲା ବାସୀଙ୍କୁ କିଭଳି ଉନ୍ନତ ସ୍ବାସ୍ଥ୍ୟ ସେବା ଦିଆଯିବ ସେଥିନେଇ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ
ଗତ ତିନି ଚାରି ଦିନ ଧରି ମେଡିକାଲ କଲେଜ ହସ୍ପିଟାଲ ଅନୁଗୁଳରେ ହେବାକୁ ନେଇ ବିଜେଡ଼ି ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି ଏତିକିବେଳେ ଅନୁଗୁଳର ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କ ପିଆଇଏଲ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି।

ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି କି ତାଳଚେର ଠାରେ ଏମସିଏଲ ପକ୍ଷରୁ ଏକ ମେଡିକାଲ କଲେଜ ୨୦୧୬ ରେ ଆରମ୍ଭ ହୋଇ ୨୦୧୮ ରେ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ଦୀର୍ଘ ଦିନଧରି ଏହା ଖୋଲିବା ନେଇ ବିଳମ୍ବ ହେବାରୁ ଶ୍ରୀ ପଟନାୟକ ଉଚ୍ଚ ନ୍ୟାୟାଳୟରେ ଏକ ଜନ ସ୍ବାର୍ଥ ମାମଲା ୧୯୪୦୧/୨୦୨୩ ରୁଜୁ କରିଥିଲେ। ସେତେବେଳେ ମାନ୍ୟବର ନ୍ୟାୟାଳୟ ୧.୧୦.୨୩ରୁ ମେଡିକାଲ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ମେଡିକାଲ କଲେଜ ଓ ଏହାର ହସ୍ପିଟାଲ ଖୋଲିବା ନେଇ ମେଡିକାଲ କାଉନସିଲ ଅଫ ଇଣ୍ଡିଆର କଣ ସର୍ତ୍ତାବଳୀ ରହିଛି ତାହା ସୂଚାଇ ଦେଇଥିଲେ।

ସେହି ସର୍ତ୍ତାବଳି ଅନୁସାରେ ଗୋଟେ ମେଡିକାଲ କଲେଜ୍ ଓ ହସ୍ପିଟାଲ ଖୋଲିବା ପାଇଁ ସର୍ବନିମ୍ନ ୨୦ ଏକର ଜମି,ଆବଶ୍ୟକ ଭିତ୍ତିଭୂମି ରହିଥିବା ଆବଶ୍ୟକ। କଲେଜର ହସ୍ପିଟାଲ ପାଇଁ ସର୍ବନିମ୍ନ ୩୩୦ ଶଯ୍ୟା ଏବଂ ଏଥିରୁ ୧୯୮ ଟି ଶଯ୍ୟାରେ ରୋଗୀ ଥିବା ଦରକାର ଏବଂ କାଉନସିଲ ଠାରୁ ଅନୁମତି ମିଳିବା ଦୁଇ ବର୍ଷ ପୂର୍ବରୁ ଏଭଳି ସ୍ଥିତି ରହିବା ଦରକାର ବୋଲି ସର୍ତ ରହିଛି। ତେବେ ପିଆଇଏଲ ପରେ ମଧ୍ୟ ଏମସିଏଲ ବିଭିନ୍ନ କାରଣରୁ କଲେଜ ଖୋଲି ପାରିନଥିଲା। ଶେଷରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଏବେ ମେଡିକାଲ କଲେଜ୍ ଖୋଲିବା ନେଇ ବାଟ ପ୍ରଶସ୍ତ ହୋଇଥିଲା।

ଏଣୁ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି କି କାଉନସିଲର ସର୍ତ୍ତାବଳୀକୁ ପୂରଣ କରୁଥିବାରୁ ଶତାବ୍ଦୀ ହସ୍ପିଟାଲ ସ୍ଥାନରେ ଅନୁଗୁଳରେ ଟ୍ରୀଟିଂ ହସ୍ପିଟାଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେଣୁ ଏହା ଉପରେ କୌଣସି ଦଳ ବାଦ ବିବାଦ ନକରି ଜିଲ୍ଲା ବାସୀଙ୍କ ସ୍ବାର୍ଥ ଦୃଷ୍ଟି ରୁ କାମ କରିବାକୁ ଅନୁରୋଧ କରିଛନ୍ତି।

Share

Leave a Reply