ପିସି ଆଦାୟକୁ ବିରୋଧ: ଅନୁଗୁଳ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

You are currently viewing ପିସି ଆଦାୟକୁ ବିରୋଧ: ଅନୁଗୁଳ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

ଅନୁଗୁଳ: ସରକାରୀ କାମ ପାଇଁ ପିସି ଆଦାୟକୁ ବିରୋଧ କରି ଆଜି ଅନୁଗୁଳ ବ୍ଲକ ଘେରାଉ କରିଛି ବିଜେପି, ଅନୁଗୁଳ ବ୍ଲକକୁ ଏକ ଶୋଭାଯାତ୍ରାରେ ଆସି ବିଜେପି କର୍ମକର୍ତ୍ତାମାନେ ଘେରିଛନ୍ତି।

ଏ ଅବସରରେ ବିଜେପି କର୍ମୀ ଅଭିଯୋଗ କରିଛନ୍ତି ଯେ ପିସି ସଂଗ୍ରହର କେନ୍ଦ୍ର ପାଲଟିଛି ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ। ରାଜ୍ୟରେ ଗ୍ରାମାଞ୍ଚଳ ବିକାଶ ପାଇଁ ବ୍ଲକକୁ ଯାଉଥିବା ଅର୍ଥକୁ ବ୍ୟାପକ ଚଞ୍ଚକତା କରି ବ୍ଲକର କର୍ମଚାରୀ ହରିଲୁଟ୍ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଣ୍ଟନରେ ବ୍ୟାପକ ଦୁର୍ନୀତି ତଥା ଜାଲିଆତି କରି ଦଳୀୟ ଭିତିରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଘର ବଣ୍ଟା ଯାଉଛି ବୋଲି ବିଜେପି କହିଛି। ଜଣେ ଜଣେ ଲୋକଙ୍କ ଠାରୁ ୨୦ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ, ବ୍ଲକ ଜିଆରଏସ୍ ଏବଂ ପଞ୍ଚାୟତ ପିଇଓ ଲାଞ୍ଚ ଗ୍ରହଣ କରି ଅଯୋଗ୍ୟ ଲୋକଙ୍କୁ ଘର ପ୍ରଦାନ କରୁଛନ୍ତି, ଫଳରେ ଚାଳ ଛପର ଘରେ ରହୁଥିବା ହଜାର ହଜାର ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହେଉଥିବା ନେଇ ବିଜେପି ଅଭିଯୋଗ କରିଛି।

ଏହି ଘେରାଉରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ବିଜେପି ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply