ଅଳିଆ ଜାଳି ଫସିଲେ ବ୍ୟବସାୟୀ ୫ ହଜାର ଜରିମାନା

0

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ହନୁମାନ ମନ୍ଦିର ନିକଟରେ ଥିବା ଏକ ଅଣ୍ଡା ବ୍ୟବସାୟୀ ଅଳିଆରେ ନିଆଁ ଲଗାଇ ଜରିମାନା ଗଣିଛନ୍ତି । ଏଥିସହିତ ତାଙ୍କ ଦୋକାନ ଆଗାମୀ ୫ ଦିନ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ଅଣ୍ଡା ଦୋକାନ ପାର୍ଶ୍ଵରେ ଫାଙ୍କା ଜାଗା ରହିଥିବା ବେଳେ ସେଠାରେ ନିୟମିତ ଅଳିଆ ପୋଡ଼ି ଦିଆଯାଉଥିବା ପୌର କର୍ମଚାରୀଙ୍କ ନଜରରେ ପଡ଼ିଥିଲା । ମଙ୍ଗଳବାର ପୌର ନିର୍ବାହୀ ଅଧିକାରୀଙ୍କ ସମେତ କର୍ମଚାରୀମାନେ ସେହି ଦୋକାନ (ରୁମ୍ ନଂ-୨୭)କୁ ଯାଇ ବୁଝାସୁଝା କରିଥିଲେ । ହେଲେ ଏଥିରେ ସଂପୃକ୍ତ ଦୋକାନୀ ଯୁକ୍ତିତର୍କ କରିଥିଲେ । ପୌରପାଳିକା ପକ୍ଷରୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ୫ ହଜାର ଟଙ୍କା ଜରିମାନା କରାଯାଇଥିଲା । ବସଷ୍ଟାଣ୍ଡ ଇଲାକାରେ ଏ ଘଟଣା ଆଲୋଚନାର ବିଷୟ ହୋଇଛି ।

online coaching

Leave A Reply

Your email address will not be published.