ଅନୁଗୁଳ : ପଞ୍ଚାୟତରାଜ ଦିବସକୁ ସାରା ରାଜ୍ୟରେ ଭ୍ରଷ୍ଟାଚାର ଦିବସ ଭାବେ ବିଜେପି ପାଳନ କରିଛି। ଏ ଅବସରରେ ଅନୁଗୁଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଗୁଳ ବିଜେପି ପକ୍ଷରୁ ଶତାଧିକ କାର୍ଯ୍ୟକର୍ତ୍ତା କଳା ପଟି ହାତରେ ବାନ୍ଧି ଧାରଣା ଦେଇଥିଲେ।
ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବାବେଳେ ଓଡିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ପାଳନ କରିବା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ବର୍ତ୍ତମାନ ଶାସକ ଦଳର ବିଧାୟକ ଓ ନେତାମାନେ ବ୍ଲକରେ ଦୁର୍ନୀତିକୁ ଚରମ ସୀମାରେ ପହଞ୍ଚାଇଛନ୍ତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ପ୍ରଧାନ, ସରୋଜ କାନ୍ତ ଜେନା, ଅମୂଲ୍ୟ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ପ୍ରହ୍ଲାଦ ଦାସ, ସରପଞ୍ଚ ସୁମିତା ସାହୁ, ସୁଜାତା ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।