କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ସରକାରୀ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଦାବି କଲା ବିଜେପି

You are currently viewing କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ସରକାରୀ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଦାବି କଲା ବିଜେପି

ଅନଗୁଳ: ଦିନିକିଆ ଅନୁଗୁଳ ଗସ୍ତରେ ଆସିଥିବା କେନ୍ଦ୍ର ପଞ୍ଚାୟତିରାଜ ଓ ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ଶନିବାର ଜିଲ୍ଲାବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଜିଲ୍ଲା ସମେତ ପାଳଲହଡ଼ା ନିର୍ବାଚନମଣ୍ଡଳୀ ଗ୍ରାମାଞ୍ଚଳରେ ଭିତ୍ତିଭୂମି, ରାସ୍ତାଘାଟ, ଖେଳପଡିଆ, ଜଳାଶୟ ନିର୍ମାଣ ପାଇଁ ପାଣ୍ଠି ଯୋଗାଇବାକୁ ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ, ମନରେଗା, ଡିଏମଏଫ୍ ବଣ୍ଟନରେ ବ୍ୟାପକ ହେରଫେର୍ ନେଇ ବିଜେପି ନେତା ଅଶୋକ ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରି ଦାବି ପତ୍ର ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ଯ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡନାୟକ, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply