ଏସପି ଅଫିସ ଆଗରେ ବିଜେପିର ଧାରଣା, ପୋଲିସ ଏଫଆଇଆର କପି ଦେଉନଥିବାର କଲେ ଅଭିଯୋଗ

You are currently viewing ଏସପି ଅଫିସ ଆଗରେ ବିଜେପିର ଧାରଣା, ପୋଲିସ ଏଫଆଇଆର କପି ଦେଉନଥିବାର କଲେ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଏସ ପି ଅଫିସ ସମ୍ମୁଖରେ ଶନିବାର ବିଜେପି ପକ୍ଷରୁ ଧାରଣା, ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ରାଜ୍ୟରେ ଏକ ପ୍ରକାର ଅରାଜକତା ଦେଖାଦେଇଛି ବୋଲି କହିଥିଲେ। ସେ କହିଥିଲେ ଯେ ଏଠାରେ ତାମିଲ ଶାସନ ଚାଲିଛି। ଏ ଶାସନରେ ଯେଉଁଠି ଦିନ ଦ୍ୱିପ୍ରହରରେ ରାଜରାସ୍ତାରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ହତ୍ୟା କଲା ସେଠାରେ ମୁଖ୍ୟମନ୍ତ୍ରୀ ସୁରକ୍ଷିତ କି ବୋଲି ସେ ପ୍ରଶ୍ନ କରିଥିଲେ। ନବ ଦାସ ହତ୍ୟାକୁ ଦୀର୍ଘ ଏକମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ତଦନ୍ତକୁ ବାଟବଣା କରୁଛନ୍ତି ବୋଲି ସେ କହିଥିଲେ।

ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗଦେଇ ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଏଫ ଆଇ ଆର ଦିଆଯିବା ପରେ ମଧ୍ୟ ଏଫ ଆଇ ଆର କପି ପୋଲିସ ଦେଉନି ଏଥିପାଇଁ ବିଜେପି ଆଜି ଏସପି ଅଫିସରେ ବିକ୍ଷୋଭ କରୁଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ପ୍ରକାଶ ମହାରଣା, ବିଜୟ ମାଝି, ବସନ୍ତ ମଞ୍ଜରୀ ପ୍ରଧାନ, ବୃନ୍ଦାବନ ବେହେରା, ଅର୍ଜୁନ କିସ୍କୁ, ବିଶ୍ୱଜିତ ମିଶ୍ର, ସୁଜାତା ଦାସ, ପ୍ରଶାନ୍ତ ନନ୍ଦ, ପ୍ରଭାତ ପ୍ରଧାନ, ପର୍ଶୁରାମ ବାରିକ, କାଳନ୍ଦୀ ପ୍ରଧାନ, ରୋଜାଲିନ ଦାସ, ସଂଘମିତ୍ରା ପ୍ରଧାନ, ନରେନ୍ଦ୍ର ସାହୁ, ସୋମ୍ୟରଞ୍ଜନ ସାହୁ ଓ କମଳାକାନ୍ତ ସାହୁଙ୍କ ସମେତ ଶତାଧିକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply