ଅନୁଗୁଳରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ, ରାଷ୍ଟ୍ରୀୟ ଏକତା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବା ଉପରେ ଗୁରୁତ୍ୱ

You are currently viewing ଅନୁଗୁଳରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ, ରାଷ୍ଟ୍ରୀୟ ଏକତା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବା ଉପରେ ଗୁରୁତ୍ୱ

ଅନୁଗୁଳ : ବିଜେପିର ପ୍ରତିଷ୍ଠା ଦିବସ ଅନୁଗୁଳ ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ପାଳିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଦଳୀୟ ପତାକା ଉତ୍ତୋଳନ କରିବା ପରେ ସଭା ଆୟୋଜିତ ହୋଇଥିଲା। ସଭାରେ ବିଜେପିର ପଞ୍ଚ ନିଷ୍ଠା ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟଏକତା, ଗଣତନ୍ତ୍ର, ମୂଲ୍ଯବୋଧ ଆଧାରିତ ରାଜନୀତି, ଗାନ୍ଧୀବାଦୀ ଦୃଷ୍ଟିକୋଣ ଉପରେ ଆଧାରିତ ସାମାଜିକ ଓ ଆର୍ଥିକ ସମତା, ନିରପେକ୍ଷତା ଉପରେ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ପ୍ରାକ୍ତନ ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଯଯାତି ପଟ୍ଟନାୟକ,ନୃସିଂହ ବରାଳ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଭବାନୀ ଜ୍ୟୋତିଷ ରାୟ, ସୋମନାଥ ରାଉତ, ଦିଲ୍ଲୀପ ଦାସ, ବିଶ୍ୱଜିତ ମିଶ୍ର, ବିଜୟ ମାଝି, ବସନ୍ତ ମଞ୍ଜରୀ ପ୍ରଧାନ, ସରିତା ମିଶ୍ର, ରବି ମହାରଣା, କାଉନସିଲର କୈଳାଶ ପ୍ରଧାନ, ସରୋଜ ଜେନା, ଚନ୍ଦ୍ରକାନ୍ତ ଧଳ ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ନାଲକୋ ଅଞ୍ଚଳର ସମାଜସେବୀ ସ୍ମିତା ପଟ୍ଟନାୟକ, ଅନୁଗୁଳ ପୌରାଞ୍ଚଳ ୱାର୍ଡ ୫ର ସଦାନନ୍ଦ ବାରିକ ବିଜେପିରେ ଯୋଗ ଦେଇଥିଲେ।

Share

Leave a Reply