ସମଲରେ ବିଜେପ କାର୍ଯ୍ୟକାରଣୀ ବୈଠକ

You are currently viewing ସମଲରେ ବିଜେପ କାର୍ଯ୍ୟକାରଣୀ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ପଞ୍ଚାୟତରେ ରବିବାର ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଚକ୍ରଶିଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ବୈଠକରେ ସଭାପତିତ୍ବ କରିଥିଲେ। ପଞ୍ଚାୟତରେ ଦଳୀୟ ସଂଗଠନ ସୁଦୃଢ଼ କରିବା ସହ କେନ୍ଦ୍ର ସରକାରଙ୍କ ଉନ୍ନୟନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମଲ ପଞ୍ଚାୟତର ୧୩ଟି ୱାର୍ଡର ସଭାପତି ଚୟନ କରାଯାଇଥିଲା । ଆଜି ୧୦ ଜଣ ବ୍ୟକ୍ତି ଅନ୍ୟଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ସେମାନଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଛି । ବୈଠକରେ ପବିତ୍ରନଗର ମଣ୍ଡଳ ସଭାପତି ପ୍ରହଲ୍ଲାଦ ସାମଲ, ବୁଦ୍ଧଦେବ ପ୍ରଧାନ, ବିଶ୍ୱନାଥ ସାହୁ, ଗୋକୁଳାନନ୍ଦ ସାହୁ, ପ୍ରଶାନ୍ତ ସାହୁ, ଜଗତ ସାହୁ, ହେମନ୍ତ ନାୟକ, କୃଷ୍ଣ ସାହୁ, ସନ୍ତୋଷ ଖିଲାର, ପ୍ରଦୀପ ଗଡ଼ନାୟକ, କାଶୀନାଥ ପଣ୍ଡା, କୁନାଲ ସାହୁ, ସୁଧାକର ସାହୁ, କାଳିଆ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply