ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ଦାବି

0

ଅନୁଗୁଳ: କରୋନା କଟକଣା ଯୋଗୁଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇନାହିଁ। ଯଥାଶୀଘ୍ର ଏହି ଟ୍ରେନ୍‌ ଚଳାଚଳ କରାଯିବାକୁ ରବିବାର ଅନୁଗୁଳ ଜିଲ୍ଲା କିଶୋରନଗର ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ସେହିପରି ବାମୁର ଷ୍ଟେସନଦେଇ ଭୁବନେଶ୍ବର ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ୍ ଯାଉଥିଲେ ମଧ୍ୟ ଏହି ଷ୍ଟେସନରେ ତାହା ଅଟକୁନାହିଁ। ଫଳରେ ଏହି ଅଞ୍ଚଳର ଲୋକେ ଅନ୍ୟଜିଲ୍ଲାକୁ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାମୁର ଷ୍ଟେସନ ଉପରେ କିଶୋରନଗର ବ୍ଲକର ଧଉରାପାଲି, ବାମୁର, ହିମିତିରା, ରଣିଆକଟା, ସଂଜାମୁରା, କଦଳୀମୁଣ୍ଡା, ଆମ୍ବପାଳ, ଝରାବେରେଣି, ଜଏରାଟ, ଅଙ୍ଗପଡା, ଧଡରପାଳ ଆଦି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ଏବେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ଚାଲୁନଥିବାରୁ ସେମାନେ ବସ୍‌ରେ ଯା’ଆସକରି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ତୁରନ୍ତ ବାମୁର ଷ୍ଟେସନରେ ଭୁବନେଶ୍ବର – ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ ରହଣି ବ୍ୟବସ୍ଥା ସହ ସମ୍ବଲପୁର–ପୁରୀ ଇଣ୍ଟରସିଟି ଟ୍ରେନ୍‌ ଚଳାଇବାକୁ କମିଟି ପକ୍ଷରୁ ବାମୁର ଷ୍ଟେସନମାଷ୍ଟର ପ୍ରଶାନ୍ତ ସିଂଙ୍କ ଜରିଆରେ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। କମିଟି । ସଭ୍ୟ ସୁବାସ ପ୍ରଧାନ, ଚେରୁ ପ୍ରଧାନ, ରମଣୀ ରଞ୍ଜନ ପ୍ରଧାନ, ତୀର୍ଥବାସୀ ଭୋଇ, ବୈଦନାଥ ଦେହୁରୀ, ଗଣେଶ୍ଵର ସାହୁ ପ୍ରମୁଖ ଦାବିପତ୍ର ଦେଇଥିଲେ।

online coaching

Leave A Reply

Your email address will not be published.