ବିଜେପିର କୋଶଳାମଣ୍ଡଳ କାର୍ଯ୍ୟକାରିଣୀ ବୈଠକ: ନିଯୁକ୍ତି, ବିଦ୍ୟୁତ କାଟ, ଚାଷୀ ଏବଂ ମଣ୍ଡି ସମସ୍ୟାର ତୁରନ୍ତ ସମାଧାନ ଦାବି

You are currently viewing ବିଜେପିର କୋଶଳାମଣ୍ଡଳ କାର୍ଯ୍ୟକାରିଣୀ ବୈଠକ: ନିଯୁକ୍ତି, ବିଦ୍ୟୁତ କାଟ, ଚାଷୀ ଏବଂ ମଣ୍ଡି ସମସ୍ୟାର ତୁରନ୍ତ ସମାଧାନ ଦାବି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି କୋଶଳା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଧୋବେଇ ସାହୁଙ୍କ ଅଧ୍ୟକ୍ଷତାରେ ସିଙ୍ଗଡ଼ା ପୋଲ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା ଯୋଗଦେଇ କୋଇଲା ଖଣି କ୍ଷତିଗ୍ରସ୍ତ ବେକାର ଯୁବକଙ୍କ ନିଯୁକ୍ତି, ବିଦ୍ୟୁତ କାଟ, ଚାଷୀ ଏବଂ ମଣ୍ଡିର ସମସ୍ୟା ସମେତ ମଣ୍ଡଳର ବିଭିନ୍ନ ସମସ୍ୟାକୁ ନେଇ ବିଜେପି ଆନ୍ଦୋଳନ କରିବ ବୋଲି ପ୍ରକାଶ କରିଥିଲେ।
ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରି ୬୩ ନମ୍ବର ରାଜ୍ୟ ରାଜପଥ ଉପରେ ଅନବରତ କୋଇଲା ଟ୍ରକ ଚଳାଚଳକୁ ନେଇ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।
କାର୍ଯ୍ୟକ୍ରମରେ ସନ୍ତୋଷ ନାୟକ, ପତିତପାବନ ଦେହୁରୀ, ବିଜୟଲକ୍ଷ୍ମୀ ଗଡ଼ନାୟକ, ସୁନୀଲ ସାହୁ, ଅସୀମ ସାହୁ, ଜୀବନାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ କୋଶଳା ପଞ୍ଚାୟତ ସଭାପତି ଅଭିଷେକ ବେହେରା ଧନ୍ୟବାଦ ଦେଇଥିଲେ।

Share

Leave a Reply