ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଜେପି ନେତା

You are currently viewing ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଜେପି ନେତା

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁବେ ପଞ୍ଚାୟତ କୁଲେଇ ଗାଁର ୩ ଯୁବକଙ୍କ ପରିବାର ଲୋକଙ୍କୁ ରବିବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଭେଟି ସମବେଦନା ଜଣାଇଛନ୍ତି। ଏ ଅବସରରେ ସେମାନଙ୍କୁ କିପରି ବିଭିନ୍ନ ସରକାରୀ ଓ ବେସରକାରୀ ସହାୟତା ପାଇପାରିବେ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି। ମୃତକଙ୍କ ପରିବାକୁ ଭେଟିବା ବେଳେ ତୁବେ ପଞ୍ଚାୟତର ବିଜେପି ଯୁବ ନେତା କମଳାକାନ୍ତ ସାହୁ ଓ ବିଶ୍ୱଜିତ ଧଳ ମଧ୍ୟ ଉପସ୍ଥିତ ଥିଲେ।

Share

Leave a Reply