ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ସଂଜୀବ ବିଶ୍ୱାଳଙ୍କ ମୃତ ଦେହ ବାରେଣୀ ଜଙ୍ଗଲରୁ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ଏବଂ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।
ଏ ଅବସରରେ ଜିଲ୍ଲା ସଭାପତି ବଳି ପ୍ରଥାକୁ ଏକ ଘୃଣ୍ୟ ପରମ୍ପରା କହିବା ସହ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ବିଧାନସଭା ସଂଯୋଜକ ତଥା ବରିଷ୍ଠ ସଦସ୍ୟ ଡାକ୍ତର ଅଲେଖ ପ୍ରଧାନ, ଇଂ ଅଜିତ ସାହୁ , ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଜିତ ପ୍ରଧାନ, ଅଖିଳ ପ୍ରଧାନ, ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ମହାଖୁଡ, ଝରିଆ ପ୍ରଧାନ, ସରୋଜ ପ୍ରଧାନ ପ୍ରମୁଖ ସାମିଲ ଥିଲେ।











