ବିଜେପି ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ: ହିତାଧିକାରୀଙ୍କୁ ଭେଟିବା ଉପରେ ଗୁରୁତ୍ୱ

You are currently viewing ବିଜେପି ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ: ହିତାଧିକାରୀଙ୍କୁ ଭେଟିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପକୃତ ସମସ୍ତ ହିତାଧିକାରୀଙ୍କୁ ଭେଟି ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ମହିଳା ମୋର୍ଚ୍ଚା ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା ଓ ସହାୟତାର ପ୍ରଚାର ପ୍ରସାର ନିମନ୍ତେ ଘର ଘର ବୁଲି ସେଲଫି ଉଇଥ ହିତାଧିକାରୀ ଓ ମନ କି ବାତ କ୍ୟାମ୍ପେନକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ମହିଳା ଦିବସ ଉପଲକ୍ଷେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳାଙ୍କୁ ସୁଷମା ସ୍ୱରାଜ ସମ୍ମାନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ବିଜେପି ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରତିନିଧି ଭାବେ ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ନିରୋଜ ନଳିନୀ ମହାଳିକ, ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, ମୋର୍ଚ୍ଚା ପ୍ରଭାରୀ ଦିଲ୍ଲୀପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ସଂଘମିତ୍ରା ପ୍ରଧାନ, ରୋଜାଲିନ ଦାସ, ଜିଲ୍ଲା ଉପ ସଭାନେତ୍ରୀ ସରିତା ମିଶ୍ର, ଉର୍ମିଳା ନାୟକ, ଜିଲ୍ଲା ସାଧାରଣ ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀ, ଶୋଭାଗିନୀ ପ୍ରଧାନ, ଜିଲ୍ଲା ସମ୍ପାଦିକା ଅନୁପମା ସାହୁ, ଜିଲ୍ଲା କୋଷାଧ୍ୟାକ୍ଷା ଅର୍ପନା ସାହୁ, ଜିଲ୍ଲା ବୁଦ୍ଧିଜୀବୀ ସଂଯୋଜିକା ମୃଣାଳିନୀ ପଟ୍ଟନାୟକ, ମଣ୍ଡଳ ସଭାନେତ୍ରୀ ତିଲୋତ୍ତମା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply