ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ବୈଠକରେ ବଡ଼ ନିଷ୍ପତ୍ତି: ହିତାଧିକାରୀଙ୍କ ଘରେ ପହଞ୍ଚିବ ମହିଳା ମୋର୍ଚ୍ଚା

You are currently viewing ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ବୈଠକରେ ବଡ଼ ନିଷ୍ପତ୍ତି: ହିତାଧିକାରୀଙ୍କ ଘରେ ପହଞ୍ଚିବ ମହିଳା ମୋର୍ଚ୍ଚା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ବିଜେପି ପ୍ରଭାରୀ ସୀମାଞ୍ଚଳ ଖଟେଇ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାରେ ଉପକୃତ ହିତାଧିକାରୀଙ୍କ ଘରକୁ ଘର ଯିବାକୁ ମହିଳା ମୋର୍ଚ୍ଚାଙ୍କ ଆହ୍ୱାନ ଦେଇଥିଲେ। ଜିଲ୍ଲାର ବିକାଶ ପାଇଁ ମୋଦି ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦକ୍ଷେପ ଉପରେ ଲୋକଙ୍କୁ ସଚେତନ କରାଇବା ଉପରେ ମହିଳା ମୋର୍ଚ୍ଚା କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ମୋର୍ଚ୍ଚା ପ୍ରଭାରୀ ଦିଲ୍ଲୀପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିମା ମିଶ୍ର, ସଂଘମିତ୍ରା ପ୍ରଧାନ, ରୋଜାଲିନ ଦାସ, ଉପନଗରପାଳ ଅନୁପମା ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଶୋଭାଗିନୀ ପ୍ରଧାନ, ଶୁଚିସ୍ମିତା ତ୍ରିପାଠୀ, ସଂଯୁକ୍ତା ମହାରଣା, ଇତିଶ୍ରୀ ସେନାପତି, ମୃଣାଳିନୀ ପଟ୍ଟନାୟକ, ନମିତା ଦଳବେହେରା, ସୀତାରାଣୀ ନାଏକ, ଅପର୍ଣ୍ଣା ସାହୁ, ମାଧବୀ ମହାପାତ୍ର, ରଂଜିତା ନାଥ, ଅନିତା ପ୍ରଧାନ, ପଙ୍କଜିନୀ ପଣ୍ଡାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Share

Leave a Reply