ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଧୋକୁଟା ଗ୍ରାମର ଚାଷୀ ମାନଙ୍କର ହାତୀ ଉପଦ୍ରବରେ ଫସଲ ନଷ୍ଟ ନେଇ ଅନୁଗୁଳ ଡିଏଫ୍ଓଙ୍କୁ ଗୁରୁବାର ଭେଟି କ୍ଷତିପୂରଣ ଦାବି କରିଛି ବିଜେପି। ହାତୀପଲ ଚାଷୀମାନଙ୍କ କୋବି, ବାଇଗଣ, ଭେଣ୍ଡି, ଲଙ୍କା, ଟମାଟୋ, କଦଳୀ, ଅମୃତଭଣ୍ଡା ଚାଷକୁ ନଷ୍ଟ କରିଛନ୍ତି। ଏହା ଦ୍ବାରା ପ୍ରାୟ ୩୦ ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଛି। କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀଙ୍କ ସହ ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପୃଷ୍ଟି, ଅଜିତ ପ୍ରଧାନ, ବିଶ୍ୱଜିତ ମିଶ୍ର ପ୍ରମୁଖ ଅନଗୁଳ ଡିଏଫ୍ଓଙ୍କୁ ଭେଟି ଚାଷୀ ମାନଙ୍କୁ ଶୀଘ୍ର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରିଥିଲେ। କ୍ଷତି ପୂରଣ ରାଶି ଏକର ପିଛା ୧୦ ହଜାରରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ସୂଚନା ଯେ, ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କ୍ଷତିଗ୍ରସ୍ତ ଗାଁକୁ ଯାଇ କ୍ଷତିଗ୍ରସ୍ତ ହୋଇ ଥିବା ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ଚାଷଜମିକୁ ବୁଲି ଦେଖିଥିଲେ।
ହାତୀ ଦ୍ବାରା ଫସଲ ନଷ୍ଟ, ଡିଏଫ୍ଓଙ୍କୁ ଭେଟିଲା ବିଜେପି
- Post published:September 10, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
