ଖଣ୍ଡହତାରେ ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଏକାଧିକ କର୍ମୀ

You are currently viewing ଖଣ୍ଡହତାରେ ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଏକାଧିକ କର୍ମୀ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍‌ ଅନ୍ତର୍ଗତ ଖଲାରୀ ମଣ୍ଡଳ ଅଙ୍ଗାରବନ୍ଧ ପଞ୍ଚାୟତର ଖଣ୍ଡହତା ଗ୍ରାମର ବହୁ ବିଜେଡି ଓ କଂଗ୍ରେସ କର୍ମୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ ଖଣ୍ଡହତା ଗ୍ରାମର ପୁରୁଖା ବିଜେଡି ଓ କଂଗ୍ରେସ ନେତା ସର୍ବର୍ଶୀ ଅନିଲ ଗୋଛାୟତ, ନାଉରି ଗୋଛାୟତ ଓ ଆଦିତ୍ୟ ଗୋଛାୟତଙ୍କ ସମେତ ବହୁ ପୁରୁଷ ଓ ମହିଳା କର୍ମୀ ବିଜେପିରେ ଯୋଗଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ( ନିଲୁ ଭାଇ), ଦିଲୀପ ପ୍ରଧାନ, ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ସମ୍ପାଦିକା ନମିତା ଦଳବେହେରା, ବିଧାନସଭାର ସଂଯୋଜକ ଦିଲ୍ଲୀପ ଦାସ, ଅଙ୍ଗରବନ୍ଧ ସରପଞ୍ଚ ସୁଜାତା ସାହୁ, ନାଏବ ସରପଞ୍ଚ ସୁରଥ୍ ଶୂଳ, ବିଜେପି ଯୁବମୋର୍ଚ୍ଚା ସଭାପତି ଗୋପାଳ ଦାସ, ପଞ୍ଚାୟତ ସଦସ୍ୟ ଗିରୀଶ ଚନ୍ଦ୍ର ସ୍ବାଇଁ, ବିରଞ୍ଚି ସାହୁ ଶରତ ଦାସ, ରଞ୍ଜନ ସାହୁ, ହାଡ଼ି ବନ୍ଧୁ, ଅନିଲ ସାହୁ, ଜୀବନ ସାହୁ, ସୁଶାନ୍ତ ସାହୁଙ୍କ ସମେତ ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

Share

Leave a Reply