ଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ରନ୍ତଲେଇ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବିଜେଡି ନେତା ସୁଜିତ୍ ସାହୁ, ଖୁଣ୍ଡା ଗ୍ରାମ ପଞ୍ଚାୟତର ପଞ୍ଚାୟତ ସେବା ସମବାୟ ସମିତିର ଅଧ୍ୟକ୍ଷ ପୂର୍ବତନ ସରପଞ୍ଚ କଂଗ୍ରେସ ନେତା ପ୍ରଦୀପ ନାଏକ, କଂଗ୍ରେସ ନେତା ବିଦ୍ୟାଧର ପ୍ରଧାନ, ବିଜେଡିର ଯୁବନେତା ଦୀନବନ୍ଧୁ ସାହୁ, ପୁଲକ ସାହୁ, ସୁବ୍ରତ ପ୍ରଧାନ, ଦୀପୁ ସାହୁ, ବିକାଶ ସାହୁ, ଚନ୍ଦ୍ରକାନ୍ତ ବିଶ୍ବାଳ, ସଂଜୀବ ବେହେରା, ସନ୍ତୋଷସାହୁ, ଜମ୍ବେଶ୍ବରସାହୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଏବଂ ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି ( ବିଜେପି)ରେ ଯୋଗଦାନ କଲେ ।
ବିଜେପି ମିଶ୍ରଣ ପର୍ବରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ୧୪ ଜଣ ବିଜେଡି ଓ କଂଗ୍ରେସ କର୍ମୀ ସାମିଲ
- Post published:July 6, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul