ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅନୁଗୁଳର ବହୁ ଅସନ୍ତୁଷ୍ଟ କର୍ମୀ

0

ଅନୁଗୁଳ: ସ୍ଥାନୀୟ ରଣିଗୋଡା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ଵାସ, ଦେଶକୁ ବିକାଶ ଦିଗରେ ଆଗେଇ ନେଉଥିବା ନେଇ ଏ ଅବସରରେ ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ରକ୍ତଲେଇ ପଞ୍ଚାୟତର ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୁଳ ବିଧାନସଭା ପ୍ରଭାରୀ ଯଯାତୀ ପଟ୍ଟନାୟକ, ଅନୁଗୁଳ ବିଧାନସଭା ସଂଯୋଜକ ଦିଲ୍ଲୀପ ଦାସ, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଉପ-ନଗରପାଳ ଅନୁପମ ସାହୁ, ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ଢେଙ୍କାନାଳ ଲୋକସଭା ବିସ୍ତାରକ ଅମୃତ ରଞ୍ଜନ ସ୍ବାଇଁ, ଜିଲ୍ଲା ଉପ-ସଭାପତି ଅମିୟ ତ୍ରିପାଠୀ ଓ ସୁଜାତା ଦାସ, ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ସୁଚିସ୍ମିତା ତ୍ରିପାଠୀ, ସମାଜସେବୀ ସ୍ମିତା ପଟ୍ଟନାୟକ, ଅନୁଗୁଳ ପୌରପାଳିକାର କାଉନସିଲର କୈଳାଶ ପ୍ରଧାନ, ସ୍ନେହଲତା ମହାରଣା, ପ୍ରଜ୍ଞା ଦାସ, ସରିତା ମିଶ୍ର, ପ୍ରଶାନ୍ତ ଦୃଷ୍ଟି, ମହୀଧରପୁର ମଣ୍ଡଳର ସଭାପତି ଅଖେଳ ସାମଲ, ବନ୍ତଳା ମଣ୍ଡଳର ସଭାପତି ଅମୂଲ୍ୟ ପ୍ରଧାନ, ରକ୍ତଲେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ ସେଠି, ପ୍ରମୋଦ ବେହେରା, ବାଙ୍କନିଧି ବେହେରା, ସୁଜିତ ସାହୁ, ଅଶୋକ ଧୀର, ଦିଲ୍ଲୀପ ଭୁକ୍ତା, ଅନୁଗୁଳ ଯୁବ ମୋର୍ଚ୍ଚାର ସଭାପତି ଗୋପାଳ ଦାସ, ଲାଲବାହାଦୁର ଗଡନାୟକ, ବିଭୀଷଣ ସାହୁ, ମଞ୍ଜୁଲତା ସାହୁ, ଅନିଲ ବେହେରା, ସିଦ୍ଧାର୍ଥ ରାଉତରାୟ, ଭଗୋବେରେଣୀ ସରପଞ୍ଚ ଚାପଲୀନ ସାହୁ, ସୂର୍ଯ୍ୟକାନ୍ତ ରାଉତ, ପୱନ ମଣ୍ଡେଠିଆ, ବାବୁଲି ନାଏକ, ଗଡତରାଶ ସରପଞ୍ଚ ସତ୍ୟଜିତ ସାମଲ, କନ୍ଦର୍ପ ମହାରଣାଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!