ମିଶ୍ରଣ ପର୍ବ: ବିଜେପିରେ ଯୋଗ ଦେଲେ ସେରେନାବେଡା ବହୁ ବିଜେଡି ନେତା ଓ କର୍ମକର୍ତ୍ତା

You are currently viewing ମିଶ୍ରଣ ପର୍ବ: ବିଜେପିରେ ଯୋଗ ଦେଲେ ସେରେନାବେଡା ବହୁ ବିଜେଡି ନେତା ଓ କର୍ମକର୍ତ୍ତା

ଅନୁଗୁଳ: ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।
ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ମହୀଧରପୁର ପଞ୍ଚାୟତ ସେରେନାବେଡାର ବହୁ ବିଜେଡି ନେତା ସନ୍ତୋଷ ନାଏକ, ଶିବୁ ନାଏକ, ଟୁଟୁ ନାଏକ, ଅନିଲ ନାଏକ, ବାବୁଲି ନାଏକ, କୁନା ଜେନା, ଦିଲେଶ୍ଵର ନାଏକ, ବିପିନ ନାଏକ, ସିଲୁ ନାଏକ ଓ ବହୁ ବିଜେଡି କର୍ମକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ବିଜେଡି ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି।

ବିଜେପି ନେତ୍ରୀ ୨୮ ନମ୍ଵର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ମୀରା ଗଡନାୟକ, ବିଜେପି ମହୀଧରପୁର ମଣ୍ଡଳ ସଭାପତି ରାଧାକାନ୍ତ ପଟ୍ଟନାୟକ, ବିଜେପି ନେତା ତଥା ମହୀଧରପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ସୁବାସ ଜେନା, ବିଜେପି ନେତା ସୁଧୀର ତ୍ରିପାଠୀ  ଉପସ୍ଥିତ ରହି ତାଙ୍କ ସମସ୍ତଙ୍କୁ ଦଳକୁ ସ୍ୱାଗତ୍ ଜଣାଇଥିଲେ।

Share

Leave a Reply