ପିଇବା ପାଣି ମାଗିବାରୁ ଆଦିବାସୀ ନେତା ବିଜେପି ଏସ.ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁଙ୍କୁ ବାନ୍ଧିଲା ପୋଲିସ, ତାତିଲା ଭାରତୀୟ ଜନତା ପାର୍ଟି

0

ତାଳଚେର: ପିଇବା ପାଣି ପାଇଁ ଆନ୍ଦୋଳନ କରିବାରୁ ତାଳଚେର ଅଞ୍ଚଳରେ ଆଦିବାସୀ ନେତା ତଥା ବିଜେପି ଅନୁଗୁଳ ଜିଲ୍ଲା ଏସ ଟି ମୋର୍ଚ୍ଚା ସଭାପତି ଅର୍ଜୁନ କିସ୍କୁଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି। ଏଥିସହ ୨୩ ଜଣଙ୍କ ନାମରେ ଏତଲା ଦିଆଯାଇଛି। ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ମୁତାବକ, ଜୁନ ୧୨ ରେ ବିକ୍ରମପୁର ଥାନା ଅଧୀନସ୍ଥ ଏଫସିଆଇ ମୁଣ୍ଡା ବଜାରରେ ପିଇବା ପାଣି ପାଇଁ ହଜାର ହଜାର ଆଦିବାସୀ ଆନ୍ଦୋଳନ କରିଥିଲେ ଏବଂ ଆଦିବାସୀ ନେତା ଅର୍ଜୁନ କିସ୍କୁ ତା’ ନେତୃତ୍ୱ ନେଇଥିଲେ। ବିକ୍ରମପୁର ପୋଲିସ ଅର୍ଜୁନଙ୍କୁ ଗତକାଲି ରାତି ଅଧିଆ ତାଙ୍କ ବସ୍ତିରୁ ତାଙ୍କ ଘରୁ ଉଠାଇ ଆଣି ଆଜି କୋର୍ଟ ପଠାଇଥିଲା। ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ କୋର୍ଟ ପରିସରରେ ଉପସ୍ଥିତ ରହିବା ସହ ଜେଲ ହାଜତରେ ଶ୍ରୀ କିସ୍କୁଙ୍କୁ ଭେଟିଥିଲେ।

ଶ୍ରୀ ସାମଲ କହିଛନ୍ତି, ପୋଲିସ, ପ୍ରଶାସନ ପାଣି ମାଗିବାରୁ ଜଣେ ଆଦିବାସୀ ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜେଲ ପଠାଇବା ବିଜୁ ଜନତା ଦଳ ସରକାରର ହୀନ ମନ୍ୟତା। ରାଜ୍ୟରେ ପୋଲିସ ପ୍ରଶାସନ ବିଜୁ ଜନତା ଦଳର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି। ଆଦିବାସୀଙ୍କୁ ନେଇ ଆଗାମୀ ଦିନରେ ବିଜେପି ନିର୍ଣ୍ଣାୟକ ଲଢେଇ ଲଢ଼ିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

ଏ ଅବସରରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଶ୍ରମିକ ନେତା ବିରଞ୍ଚି ସାହୁ, ଜିଲ୍ଲା ଏସ ସି ମୋର୍ଚ୍ଚା ସଭାପତି ଅଜୟ ଗୋଛାୟତ, ବିଜେପି ନେତା ଆଇନଜୀବୀ ଅଖିଳ ସାମଲ,ଦୟା ସାଗର ମିଶ୍ର, କାଳନ୍ଦି ପ୍ରଧାନ, ଯୁବମୋର୍ଚ୍ଚା ସଂଯୋଜକ ସନ୍ତୋଷ କୁମାର ମହାଶୂପକାର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!