ଅନୁଗୁଳ: ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ ପାଇଁ ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଦୀ ସରକାରଙ୍କର ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ ୧ ତାରିଖରୁ ୧୫ ଜୁନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଗଲା। ମହିଳାଙ୍କ ପାଇଁ ଜନ ଧନ ଯୋଜନା, ଉଜ୍ଜଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବିଭିନ୍ନ ଯୋଜନା କରି ଓଡିଶାକୁ କୋଟି କୋଟି ଟଙ୍କା ଦେଉଥିବା ନେଇ ଆଲୋଚନା ହୋଇଥିଲା। ରାଜ୍ୟ ସରକାର କିଛି ନକରି ଏହି ଯୋଜନାକୁ ହଡ଼ପ କରୁଛି। ରାଜ୍ୟରେ ଦିନକୁ ୫ ଦୁଷ୍କର୍ମ, ୭ ଅପହରଣସହ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହେବାକୁ ନେଇ ମହିଳା ମୋର୍ଚ୍ଚା ଜିଲ୍ଲାର ସମସ୍ତ ମଣ୍ଡଳ ସ୍ତରରେ କାର୍ଯ୍ୟକ୍ରମ କରି ଲୋକଙ୍କ ପାଖକୁ ଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା, ପ୍ରତିମା ମିଶ୍ର, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲୀନ ଦାସଙ୍କସହ ଜିଲ୍ଲା ବିଜେପି ନେତା ନୃସିଂହ ବରାଳ, ସୁଦିପ ଗଡ଼ନାୟକ, ପ୍ରକାଶ ମହାରଣା, ସୁଜାତା ଦାସ, ନମିତା ଦଳବେହେରା, ଶୋଭାଗିନୀ ପ୍ରଧାନ, ଇତିଶ୍ରୀ ସେନାପତି, ଶୁଚିସ୍ମିତା ତ୍ରିପାଠୀ, ମୃଣାଳିନୀ ପଟ୍ଟନାୟକ ଓ ସଂଯୁକ୍ତା ମହାରଣା ପ୍ରମୁଖ ଯୋଗ ଦେଇଥିଲେ।
ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଜେପି ମହିଳା ମୋର୍ଚ୍ଚାର ବୈଠକ
- Post published:May 27, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray
